ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଜମି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଘଟଣାରେ ଉଭୟ ପକ୍ଷର 5 ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ । ସମ୍ବଲପୁର ବୁର୍ଲା ଥାନା ଗୋଲଗୁଣ୍ଡାରେ ଥିବା ଏକ ଜମିକୁ ନେଇ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।
ଜମି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, 5 ଗିରଫ - 5 arrested in land dispute tension at burla
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଜମି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଘଟଣାରେ ଉଭୟ ପକ୍ଷର 5ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ । ଅଧିକ ପଢ଼ନ୍ତୁ...
![ଜମି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, 5 ଗିରଫ ଜମି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଶ, 5 ଗିରଫ](https://etvbharatimages.akamaized.net/etvbharat/prod-images/768-512-12448322-thumbnail-3x2-kj.jpg)
ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି। ଜମି ବିବାଦକୁ ନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ବନ୍ଧୁକ ଦେଖାଇ ଅନ୍ୟ ଏକ ପକ୍ଷକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ଅନ୍ୟ ପକ୍ଷରୁ ମଧ୍ୟ ଜମି ପାଇଁ ଜୀବନରୁ ମାରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଆଧାରରେ ବୁର୍ଲା ପୋଲିସ ଦୁଇ ଗୋଷ୍ଠୀର 5 ଜଣଙ୍କୁ ଗିରଫ କରିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଗୋଟିଏ ପକ୍ଷରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେଶବ ପଣ୍ଡା, ଦୁଗେଶ ପଣ୍ଡା ,ଦିନେଶ ପଣ୍ଡା ଓ ଅନ୍ୟ ପକ୍ଷରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବସନ୍ତ ନାଏକ ଓ ମଗଧୁ ସିଂ। ତେବେ ଏହି ଅଭିଯୋଗ ନେଇ ବୁର୍ଲା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ