ଓଡିଶା

odisha

ETV Bharat / state

ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବେ ଶିକ୍ଷକ, ପ୍ରତିବାଦ କଲେ ଶିକ୍ଷକ - ସମ୍ବଲପୁର କୋରୋନା ନ୍ୟୁଜ

ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବେ ଶିକ୍ଷକ। ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଶିକ୍ଷକମାନେ ଏହାର ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବେ ଶିକ୍ଷକ, ପ୍ରତିବାଦ କଲେ ଶିକ୍ଷକ
ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବେ ଶିକ୍ଷକ

By

Published : Apr 15, 2021, 6:47 PM IST

ସମ୍ବଲପୁର: ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବେ ଶିକ୍ଷକ। ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ନିର୍ଦେଶନାମା ଜାରି କରାଯାଇଛି। ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଶିକ୍ଷକମାନେ ଏହାର ବିରୋଧ କରିଛନ୍ତି ।

ଅଲ ଉତ୍କଳ ପ୍ରାଇମେରୀ ଶିକ୍ଷକ ସଂଘ, ସମ୍ବଲପୁର ଜିଲ୍ଲା, ଧନକଉଡା ଶାଖା ପକ୍ଷରୁ ଏହି ନିର୍ଦ୍ଦେଶନାମାକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ଗତ କିଛି ଦିନ ହେବ ଜିଲ୍ଲାରେ କୋରୋନା ସଂକ୍ରମଣ ଵୃଦ୍ଧି ଘଟଣା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । ତେବେ ସଂକ୍ରମଣ ରୋକିବା ସହ ସଚେତନତା ସୄଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଏଭଳି ପଦକ୍ଷେପ ନେଇଛି।

ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବେ ଶିକ୍ଷକ, ପ୍ରତିବାଦ କଲେ ଶିକ୍ଷକ

ପୂର୍ବରୁ ଜିଲ୍ଲାର ପ୍ରମୁଖ ରେଳଷ୍ଟେସନରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ ଦାୟିତ୍ୱ ଦିଆଯାଇଛି ଜିଲ୍ଲାର ଶିକ୍ଷକଙ୍କୁ । ଏବେ ସମ୍ବଲପୁର ଜିଲ୍ଲାରେ 4ଟି ରେଳ ଷ୍ଟେସନ ସହ ଵସଷ୍ଟେସନ ଠାରେ ୬୫ ଜଣ ଶିକ୍ଷକ ଥର୍ମାଲ ସ୍କ୍ରିନିଙ୍ଗ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲାପ୍ରଶାସନ ।

ଆଉ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ନିଷ୍ପତ୍ତି ସଙ୍ଗେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details