ଓଡିଶା

odisha

ETV Bharat / state

ଜୀବଜନ୍ତୁଙ୍କୁ ତାତି ଭୟ, ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା - zoo

ଅସହାୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ। ଏପରି ଗରମରେ ଜୀବଜନ୍ତୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ପଶୁ ଉଦ୍ୟାନରେ ଥିବା ପଶୁଙ୍କୁ ଏହି ଗ୍ରୀଷ୍ନରେ କିପରି ଯତ୍ନ ନିଆଯାଉଛି ତାହା ଦେଖିବା ପାଇଁ ସମ୍ବଲପୁର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ପହଞ୍ଚିଥିଲା ‘ଇଟିଭି ଭାରତ’ ଟିମ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : May 2, 2019, 12:04 AM IST

ସମ୍ବଲପୁର: ରାଜ୍ୟସାରା ନିଆ ଝୁଲ ବର୍ଷୁଛି । ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏଥିରୁ ମଧ୍ୟ ବାଦ୍‌ ପଡି ନାହାଁନ୍ତି ଜୀବଜନ୍ତୁ । ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ଜୀବଜନ୍ତୁଙ୍କ ଖାଇବା ମେନୁରୁ ଆରମ୍ଭ କରି ଦୈନନ୍ଦିନ ଦିନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ସମ୍ବଲପୁର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ପଶୁପକ୍ଷୀଙ୍କ ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲା ‘ଇଟିଭି ଭାରତ’ ଟିମ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଠାରେ ମୁଖ୍ୟତଃ ବିଭିନ୍ନ ପ୍ରଜାତିର ହରିଣ, ସମ୍ବର ସହ ଗୋଟିଏ କଲରାପତାରିଆ ବାଘ, କିଛି ଭାଲୁ, ମାଙ୍କଡ଼ ସହ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ନେଉଳ ଜାତୀୟ ପଶୁ ରହିଛନ୍ତି । ତେବେ ଏହି ପ୍ରବଳ ଗ୍ରୀଷ୍ମରେ ଏହି ପଶୁ ପକ୍ଷୀଙ୍କ ଯତ୍ନ କିପରି ନିଆଯାଉଛି ତାହା ଏହି ଉଦ୍ୟାନରେ ଦେଖିବାକୁ ମିଳିଥିଲା । ଏଠାରେ ଥିବା ପଶୁ ପକ୍ଷୀଙ୍କ ପାଇଁ ଗ୍ରୀଷ୍ମ ଆରମ୍ଭ ହେଉଣୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସକାଳ 8 ଟା ପରେ ପରେ ବାଘର ଗୁମ୍ଫାକୁ ପାଣିରେ ଧୋଇବା ସହ ବାଘକୁ ପାଣି ସିଞ୍ଚନ କରି ଗାଧାଇ ଦିଆଯାଉଛି ଓ ଏହାପରେ ବାଘକୁ ଖାଦ୍ୟ ଦିଆଯାଉଛି ।

ସେହିପରି ହରିଣ ମାନଙ୍କ ସ୍ଥାନରେ ମେସିନ ଦ୍ୱାରା ପାଣି ସିଞ୍ଚନ କରାଯାଇ ପର୍ଯ୍ୟାପ୍ତ ପରିମାଣର ପନିପରିବା ସହ ବିଭିନ୍ନ ପ୍ରକାର ଖାଦ୍ୟ ଦିଆଯାଉଛି। ଏହା ସହ ହରିଣ ମାନଙ୍କ ପାଇଁ ବହୁ ପରିମାଣର ପାଣି ମହଜୁଦ ରଖାଯାଉଛି । ଅନୁରୂପ ଭବେ ଏଠାରେ ରହୁଥିବା ମୟୁର ଓ ଅନ୍ୟ ପ୍ରଜାତିର ପକ୍ଷୀଙ୍କ ପାଇଁ ସେମାନଙ୍କ ସ୍ଥାନରେ ପାଣି ସିଞ୍ଚନ କରିବା ସହ ଉପଯୁକ୍ତ ପରିମାଣର ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି ।

ପକ୍ଷୀ ବାସସ୍ଥାନରେ ଗ୍ରୀଷ୍ମ ପ୍ରବାହ ରୋକିବା ପାଇଁ ସ୍ୱତନ୍ତ୍ର ଗ୍ରୀନ କଭର ଘୋଡ଼ାଯାଇ ସେଥିରେ ପାଣି ସିଞ୍ଚନ କରାଯାଉଛି । ଏଠାରେ ଥିବା ଭାଲୁ ପାଇଁ କ୍ଷୀର ଯୋଗାଇ ଦେବା ସହ ଅନ୍ୟ ପଶୁ ପକ୍ଷୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ସୁହାଇବା ଭଳି ଖାଦ୍ୟ ପାନୀୟ ଦିଆଯାଉଛି । ଗ୍ରୀଷ୍ମ ଋତୁ ପାଇଁ ପ୍ରତ୍ୟେକ ଜୀବଜନ୍ତୁଙ୍କ ଏନକ୍ଲୋଜର ବା ସେଡ୍ ଉପରେ ନଡା ପାଳ ଦେବା ସହ ଗ୍ରୀଷ୍ମ ପ୍ରବାହ ରୋକିବା ପାଇଁ ନେଟ ଘୋଡାଇ ପାଣି ସିଞ୍ଚନ କରାଯାଉଛି ।

ଗ୍ରୀଷ୍ମଋତୁରୁ ବଞ୍ଚିବା ପାଇଁ କେତେକ ସ୍ୱତନ୍ତ୍ର ପାଉଡର, ଗ୍ଲୁକୋଜ, ଓ ଆର ଏସ ଓ ଲିଭର ଟନିକ ଦିଆଯାଉଛି । ଏଥିପାଇଁ ଉକ୍ତ ପାର୍କର ରେଞ୍ଜର ନିଜେ ସବୁ ଦେଖା ରଖା କରୁଛନ୍ତି । ପଶୁପକ୍ଷୀଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯାଉଥିଲେ ମଧ୍ୟ ଏଠାରେ ଆହୁରି ଗଛ ଲଗାଇବାର ଆବଶ୍ୟକତା ଥିବାର ପର୍ଯ୍ୟଟକ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details