ଓଡିଶା

odisha

ETV Bharat / state

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା, ପୋଲିସର ମୃଦୁ ଲାଠି ଚାଳନା - ଅଫଲାଇନ ପରୀକ୍ଷା ପ୍ରତିବାଦରେ ବିକ୍ଷୋଭ

ଅଫଲାଇନ ପରୀକ୍ଷାକୁ ବିରୋଧ କରି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା । ଟେକା ପଥର ମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କଲେ ଛାତ୍ର । ଅଧିକ ପଢନ୍ତୁ...

ଅଫଲାଇନ ପରୀକ୍ଷାକୁ ବିରୋଧ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା
ଅଫଲାଇନ ପରୀକ୍ଷାକୁ ବିରୋଧ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା

By

Published : Apr 6, 2021, 4:43 PM IST

ସମ୍ବଲପୁର:ଅଫଲାଇନ ପରୀକ୍ଷା ନେଇ ତାତିଲେ ଶିକ୍ଷାର୍ଥୀ । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅଫଲାଇନ ପରୀକ୍ଷା ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ମଙ୍ଗଳବାର ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରମାନେ ଟେକା ପଥର ମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ସେପଟେ ପରିସ୍ଥିତିକୁ ସ୍ବାଭାବିକ କରିବାକୁ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା ହୋଇଥିବା ସୂଚନା ମିଳିଛି ।

ଅଫଲାଇନ ପରୀକ୍ଷାକୁ ବିରୋଧ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା

ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କେତୋଟି କଲେଜର ପ୍ରାୟ 200 ଛାତ୍ରଛାତ୍ରୀ ଯୁକ୍ତ 3 ତୃତୀୟ ସେମିଷ୍ଟାର ପରୀକ୍ଷାକୁ ଅଫଲାଇନ ନ କରି ଅନଲାଇନରେ କରିବାକୁ ଦାବି କରିଥିଲେ । ତେବେ ଏହି ଦାବିକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନ ଶୁଣିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସମ୍ବଲପୁର ଓ ନିକଟବର୍ତ୍ତୀ ଜିଲ୍ଲାର କେତେକ କଲେଜର କିଛି ଛାତ୍ର ଆସି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଅନ୍ୟପଟେ କୌଣସି ପ୍ରକାର ସୂଚନା ନ ଦେଇ ପୋଲିସ ଅତର୍କିତ ଲାଠି ଚାଳନା କରିଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।

କୋରୋନା ପାଇଁ ସବୁ କ୍ଲାସ ଗୁଡିକ ଅନଲାଇନରେ ହୋଇଥିଲା । ସେହି ଦୃଷ୍ଟିରୁ ପରୀକ୍ଷା ମଧ୍ୟ ଅନଲାଇନ କରାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details