ସମ୍ବଲପୁର : ଲକଡାଉନ ଯୋଗୁଁ ଆବାଳ-ବୃଦ୍ଧ-ବନୀତା ସମସ୍ତେ ହନ୍ତସନ୍ତ । ଘରେ ରହି ରହି କାହାର ବେଉଷା ବୁଡିଲାଣି, ତ କାହାର ଫସଲ ଉଜୁଡିଲାଣି । ସେପଟେ ଛାତ୍ରଛାତ୍ରୀ ବି ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ । ଯେବେ ରେଜଲ୍ଟ ଆସିବା କଥା, ସେବେ ପରୀକ୍ଷା ଆରମ୍ଭ ବି ହୋଇନି । ଆଉ ପୁଣି କାହାର ଅଧାରେ ଅଟକିଛି ପରୀକ୍ଷା ।
ସେପଟେ କୋର୍ସ ସାରିବା ପାଇଁ ଅନଲାଇନରେ ପାଠ ପଢାଯାଉଥିଲେ ମଧ୍ୟ କ୍ଲାସରୁମକୁ ମିସ କରୁଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କ ପାଠପଢା, ପରୀକ୍ଷାକୁ ନେଇ ଅଭିଭାବକମାନେ ବି ଚିନ୍ତାରେ । ଯୁକ୍ତ 2, ଯୁକ୍ତ 3,, ICSE ଓ CBSE ସମସ୍ତ ପିଲାଙ୍କର ସମାନ ଅବସ୍ଥା । କିଏ ଅଲଲାଇନ ପାଠପଢି ଖୁସ, ତ କିଏ ପରୀକ୍ଷା ସରିଯାଇଥିଲେ ଚିନ୍ତା ଯାଇଥାନ୍ତା ବୋଲି କହି ଚିନ୍ତାରେ ।