ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୁତି, କୁଳପତିଙ୍କୁ ଦାୟୀ କଲା ଛାତ୍ର ବିଜେଡି - ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୁତି
ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ତେଜିଲା ବିଜୁ ଛାତ୍ର ଜନତା ଦଳ । ଏଥିପାଇଁ କୁଳପତିଙ୍କୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କଲା ଦଳ । ଅଧିକ ପଢନ୍ତୁ...
ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୁତି, କୁଳପତିଙ୍କୁ ଦାୟୀକଲା ଛାତ୍ର ବିଜେଡି
ସମ୍ବଲପୁର: ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୁତି ଦେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି(ଗୁରୁବାର) ଏହି ପ୍ରସଙ୍ଗରେ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । ଏଥିସହ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ଇସ୍ତଫା ଦାବି କରାଯାଇଛି ।