ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷା ବିଭାଗର ନିଷ୍ପତି ବିରୋଧରେ ଏବିଭିପିର ବିରୋଧ

ଚଳିତ ବର୍ଷର ଛାତ୍ର ସଂସନ୍ଦ ନିର୍ବାଚନକୁ ବାତିଲ କରିଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର କୌଣସି ବିଶ୍ବବିଦ୍ଯାଳୟ କିମ୍ବା ମହାବିଦ୍ଯାଳୟରେ ହେବ ନାହିଁ ନିର୍ବାଚନ । ଯାହାକୁ ନେଇ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

By

Published : Aug 23, 2019, 7:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ରାଜ୍ୟ ସରକାରଙ୍କ ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତିକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିରୋଧ । ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ସମ୍ବଲପୁର ଏବିଭିପି ଶାଖାର ସଦସ୍ୟ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଗତକାଲି ଏପରି ନିଷ୍ପତି ନେଇଥିଲା ଉଚ୍ଚଶିକ୍ଷା ବିଭାଗ । ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଇଲେକ୍ସନ ପରିବର୍ତ୍ତେ ସିଲେକ୍ସନ କରିବାକୁ ପଦକ୍ଷେପ ନେଇଛି ବିଭାଗ । ଫଳରେ ଛାତ୍ର ସଂଗଠନ ଏପରି ନିଷ୍ପତ୍ତିକୁ ବିରୋଧ କରିବାସହ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଉଚ୍ଚଶିକ୍ଷା ସଚିବ ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇଛନ୍ତି ଏହି ଛାତ୍ର ସଂଗଠନ ।

ବିକ୍ଷୋଭ ସମୟରେ ଲଗାଣ ବର୍ଷା ହୋଇଥିବା ସତ୍ବେ ଆନ୍ଦୋଳନ ଜାରି ରଖିଥିଲେ ସଂଗଠନର ସଦସ୍ୟ । ପ୍ରବଳ ବର୍ଷାରେ ଓଦା ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇଥିଲେ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ । ଏହି ନିଷ୍ପତ୍ତି ନେଇ ରାଜ୍ୟ ସରକାର ଛାତ୍ରଛାତ୍ରୀ ଙ୍କ ନେତା ବାଛିବାର ଅଧିକାର କ୍ଷୁର୍ଣ୍ଣ କରିଥିବାର ଅଭିଯୋଗ ଆଣିଛି ଏବିଭିପି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details