ଓଡିଶା

odisha

ETV Bharat / state

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଆଜିଠୁ ବନ୍ଦ ପଶ୍ଚିମ ଓଡିଶା - କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆନ୍ଦୋଳନ

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଡାକରାରେ ପୁଣି ଆରମ୍ଭ ହେଲା ହାଇକୋର୍ଟ ବେଞ୍ଚ ସ୍ଥାପନାକୁ ନେଇ ଆନ୍ଦୋଳନ ।

ଆଜିଠୁ ଆରମ୍ଭ ହେଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

By

Published : Sep 26, 2019, 4:18 PM IST

ସମ୍ବଲପୁର: ଆଜିଠୁ(ଗୁରୁବାର) ପୁଣି ଆରମ୍ଭ ହେଲା ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନ । ଏହି ଆନ୍ଦୋଳନରେ ସମ୍ବଲପୁର ସମେତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଧୀନସ୍ଥ ସମସ୍ତ ଓକିଲ ସଙ୍ଘ ସାମିଲ ହୋଇ ବନ୍ଦ ପାଳନ କରିଛନ୍ତି ।

ଆଜିଠୁ ଆରମ୍ଭ ହେଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ଏହାର ପ୍ରଭାବ ସମ୍ବଲପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର ସହରର ସମସ୍ତ କୋର୍ଟ କଚେରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଅର୍ଥ ଲଗାଣକାରୀ ସଂସ୍ଥାର ଅଫିସ ବନ୍ଦ ରହିଛି । ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଡ଼ାକରାରେ ଆଜି(ଗୁରୁବାର) ପଶ୍ଚିମ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ନେଇ ସବୁଠି ବନ୍ଦ ପାଳନ ହୋଇଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ବିଭିନ୍ନ ଛକ ଓ ଅଫିସ ଆଗରେ ପିକେଟିଂ କରି ବସିଥିବାର ଦେଖିବାକୁ ମିଳିଥିଲା । ସମ୍ବଲପୁର କୋର୍ଟର ବିଚାରପତି ନିଜ ଗାଡ଼ିରେ ଆସୁଥିବା ବେଳେ ତାଙ୍କ ଗାଡିକୁ ଅଟକାଇ ତାଙ୍କୁ ଫେରାଇ ଦିଆଯାଇଥିଲା ।

ଏହି ଆନ୍ଦୋଳନରେ କେବଳ ଓକିଲ ନୁହନ୍ତି ବରଂ ବିଭିନ୍ନ ସଙ୍ଗଠନର ସଦସ୍ୟ, ଚାଷୀ ନେତା, ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ଆନ୍ଦୋଳନ ପାଇଁ ସମସ୍ତ ଅଫିସ ବନ୍ଦ ରହିଥିବା ବେଳେ ଅଫିସ ଆଗରେ ପୋଲିସର ପହରା ଦେଖିବାକୁ ମିଳିଥିଲା ।

ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଆନ୍ଦୋଳନ ତୀବ୍ରତର ହେବାରୁ ରାଜ୍ୟ ସରକାର ବଜେଟରେ ହାଇକୋର୍ଟ ବେଞ୍ଚ ପାଇଁ 500 କୋଟି ଟଙ୍କାର ଘୋଷଣା କରିଥିଲେ । ଏହାପରେ ହାଇକୋର୍ଟ ବେଞ୍ଚ ଗଠନ ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ । ଯେଉଁ କାରଣରୁ ସିଏସି ନିର୍ବାଚନ ପୂର୍ବରୁ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ।

ମାତ୍ର ନିର୍ବାଚନ ପରେ ସ୍ଥିତି ଯଥା ପୂର୍ବମ ତଥା ପରଂ ରହିବାରୁ ଏବେ ପୁଣି ଆନ୍ଦୋଳନ ଆରମ୍ଭ ହେଲା ବୋଲି କହିଛି ସିଏସି । ଏହାସହ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସିଏସି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ

ABOUT THE AUTHOR

...view details