ଓଡିଶା

odisha

ETV Bharat / state

ଉଠା ଦୋକାନୀଙ୍କ ଥଇଥାନ ଦାବିରେ ଏସଏମସି କାର୍ଯ୍ୟାଳୟ ଘେରାଉ - ସମ୍ବଲପୁର ଉଠା ଦୋକାନୀ

ବାରମ୍ବାର ସ୍ଥାନାନ୍ତରିତକୁ ବିରୋଧ କରିଛନ୍ତି ସମ୍ବଲପୁର ଉଠା ଦୋକାନୀ । ଆଗକୁ ବେପାର ପାଇଁ ଉପଯୁକ୍ତ ସ୍ଥାନ ଦେବାକୁ ଦାବିରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ..

ଉଠାଦୋକାନୀଙ୍କ ଥଇଥାନ ଦାବିରେ ଏସଏମସି କାର୍ଯ୍ୟାଳୟ ଘେରାଉ
ଉଠାଦୋକାନୀଙ୍କ ଥଇଥାନ ଦାବିରେ ଏସଏମସି କାର୍ଯ୍ୟାଳୟ ଘେରାଉ

By

Published : Nov 23, 2020, 6:46 PM IST

Updated : Nov 23, 2020, 7:07 PM IST

ସମ୍ବଲପୁର:ଗୋଲ ବଜାର ମାର୍କେଟରେ ବିକ୍ରି ପାଇଁ ଅନୁମତି ଦାବିରେ ପୁଣି ତାତିଲେ ଉଠାଦୋକାନୀ ।ସମ୍ବଲପୁର ସହରରେ ବିଭିନ୍ନ ସ୍ଥାନରେ ଉଠାଦୋକାନ ଖୋଲି ନିଜର ଗୁଜୁରାଣ ମେଣ୍ଟାଉଥିବା ଉଠାଦୋକାନୀ ଙ୍କ ଉପରେ ମହାନଗର ନିଗମ ଦାଉ ସାଧୁଥିବା ଅଭିଯୋଗ ହୋଇଛି । ସହରରେ ବିଭିନ୍ନ ସ୍ଥାନରେ ଦୋକାନ ଲଗାଇଥିବା ଦୋକାନୀ ଙ୍କୁ ବାରମ୍ବାର ସ୍ଥାନାନ୍ତରିତ କରାଯିବା ଯୋଗୁ ତାଙ୍କର ବ୍ୟସସାୟ ଠପ ହେବା ସହ ସେମାନେ ସବୁ ଦୁର୍ଦ୍ଦିନ ରେ ଗତି କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଆଜି ସବୁ ଉଠା ଦୋକାନୀ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିବା ସହ ତାଙ୍କୁ ସଠିକ ଥଇଥାନ କରିବା ପାଇଁ ଦାବି କରିଛନ୍ତି ।

ଉଠା ଦୋକାନୀଙ୍କ ଥଇଥାନ ଦାବିରେ ଏସଏମସି କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର ମହାନଗର ନିଗମ ଆଗରେ ସମ୍ବଲପୁର ଉଠାଦୋକାନୀ ମାନେ ନିଜର ଥଇଥାନ ପାଇଁ ପ୍ରତିବାଦ କରିଛନ୍ତି । ବାରମ୍ବାର ଦୋକାନ ଲଗାଇଥିବା ଉଠାଦୋକାନୀ ଙ୍କୁ ସ୍ଥାନାନ୍ତରିତ କରି ମହାନଗର ନିଗମ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏଭଲି କିଛି ଅଭିଯୋଗ କରି ସମ୍ବଲପୁର ଉଠାଦୋକାନୀ ସଂଘର ଶତାଧିକ ସଭ୍ୟ ସମ୍ବଲପୁର ମହାନଗରନିଗମ ଆଗରେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ଏଥିସହ ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରିବା ସହ ଉଠାଦୋକାନୀ ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ଓ ଗୋଲବଜାର ମାର୍କେଟ ରୁ ପିର ବାବା ଛକ ପର୍ଯ୍ୟନ୍ତ ବିକ୍ରି କରିବାକୁ ଅନୁମତି ମାଗିଛନ୍ତି ।

ଉଠାଦୋକାନୀଙ୍କ ଥଇଥାନ ଦାବିରେ ଏସଏମସି କାର୍ଯ୍ୟାଳୟ ଘେରାଉ

ତେବେ ସମ୍ବଲପୁର ସହରରେ ଉଠା ଦୋକାନୀ ମାନଙ୍କୁ ଥଇଥାନ ନକରି ଉଚ୍ଛେଦ କଲେ ଆଗକୁ ଲଢେଇ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 23, 2020, 7:07 PM IST

ABOUT THE AUTHOR

...view details