ଓଡିଶା

odisha

ETV Bharat / state

କୋରୋନା କାଳରେ ହାରିନାହାନ୍ତି ସଫେଇ କର୍ମଚାରୀ - sanitation worker

କୋରୋନା କାଳର ଲକଡାଉନ ହେଉ କି ବର୍ତ୍ତମାନର ସ୍ଥିତି, ଅନବରତ ନିଜର ଦାୟିତ୍ବ ସମ୍ପାଦନା କରିଥାନ୍ତି ସଫେଇ କର୍ମଚାରୀ । ହେଲେ ଲକଡାଉନ ସମୟରେ ଅଧିକାଂଶ ନିଜ ବୃତ୍ତି ହରାଇଥିବା ବେଳେ ଏଠାରେ ଜଣେ ମଧ୍ୟ ସଫେଇ କର୍ମଚାରୀର ଛଟେଇ ହୋଇନଥିଲା କି ଦରମା ଦେବାରେ ବିଳମ୍ବ ହେଉନଥିବା ସ୍ପଷ୍ଟ କରିଛନ୍ତି ମହାନଗର ନିଗମର କମିଶନର । ଅଧିକ ପଢନ୍ତୁ...

କୋରୋନା କାଳରେ ହାରି ନାହାନ୍ତି ସଫେଇ କର୍ମଚାରୀ
କୋରୋନା କାଳରେ ହାରି ନାହାନ୍ତି ସଫେଇ କର୍ମଚାରୀ

By

Published : Jan 28, 2021, 3:41 PM IST

ସମ୍ବଲପୁର: ସଫେଇ କର୍ମଚାରୀ । ଅକୃତଜ୍ଞତା ଯାହାର ପାରିଶ୍ରମିକ। ସକାଳ ହେଲେ ଏମାନେ ସହରର ସବୁ ରାସ୍ତା ଓ ଗଳିରେ ଦେଖିବାକୁ ମିଳନ୍ତି। କିଏ ଝାଡୁ ଧରି ଝାଡୁ ମାରୁଥାଏ ତ କିଏ ଡ୍ରେନ ସଫା କରୁଥାଏ । ପ୍ରତ୍ୟେକ ପରିସ୍ଥିତି ଏମାନେ ସହର, ଆଉ ଏହାର ପରିବେଶକୁ ପରିଷ୍କାର କରିବାକୁ ତତ୍ପର । କୋରୋନା କାଳର ଲକଡାଉନ ହେଉ କି ବର୍ତ୍ତମାନର ସ୍ଥିତି, ଏମାନେ ଅନବରତ ଭାବେ ନିଜର ଦାୟିତ୍ବ ସମ୍ପାଦନା କରିଥାନ୍ତି । ଲୋକମାନେ କୋରୋନା ଭୟରେ ଘରୁ ପଦାକୁ ଗୋଡ଼ କାଢୁ ନଥିବା ବେଳେ ଏମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ନିରନ୍ତର ସେବା ଯୋଗାଇ ଆସିଛନ୍ତି । ତେବେ ପ୍ରତ୍ୟେକ ପରିସ୍ଥିତିରେ ସମ୍ବଲପୁର ମହାନଗର ନିଗମ ଏହି ସଫେଇ କର୍ମଚାରୀଙ୍କ ସହ ରହିଥିବା ସେମାନେ କହିଛନ୍ତି।

କୋରୋନା କାଳରେ ହାରି ନାହାନ୍ତି ସଫେଇ କର୍ମଚାରୀ

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଅଛନ୍ତି ମୋଟ 1350 ସଫେଇ କର୍ମଚାରୀ। ଏମାନଙ୍କ ମଧ୍ୟରେ 200 ଜଣ ସରକାରୀ କର୍ମଚାରୀ ଥିବା ବେଳେ 1150 ଜଣ ଅଛନ୍ତି ଆଉଟସୋରସିଂ ଷ୍ଟାଫ । ହେଲେ ଲକଡାଉନ ସମୟରେ ଅଧିକାଂଶ ନିଜ ବୃତ୍ତି ହରାଇଥିବା ବେଳେ ଏଠାରେ ଜଣେ ମଧ୍ୟ ସଫେଇ କର୍ମଚାରୀର ଛଟେଇ ହୋଇନଥିଲା କି ଦରମା ଦେବାରେ ବିଳମ୍ବ ହେଉନଥିବା ସ୍ପଷ୍ଟ କରିଛନ୍ତି ମହାନଗର ନିଗମର କମିଶନର ।

ପ୍ରତ୍ୟେକ ମାସରେ ସଫେଇ କର୍ମଚାରୀଙ୍କ ଦରମା ବାବଦରେ ପାଖାପାଖି 2 କୋଟି ବଜେଟ ଥିବା ସୂଚନା ଦିଆଯାଇଛି । ସେହିପରି ସଫେଇ କାର୍ଯ୍ୟକ୍ରମରେ ଲାଗିଥିବା ବାହନ ପାଇଁ 3ଟି ଆଉଟ ସୋରସିଂ ଏଜେନ୍ସି ନିୟୋଜିତ ହୋଇଥିବା ବେଳେ ମାନବ ସମ୍ବଳ ପାଇଁ 2ଟି ଆଉଟ ସୋରସିଂ ଏଜେନ୍ସି ନିୟୋଜିତ ହୋଇଥାଏ । ତେବେ ସମ୍ବଲପୁର ସହରକୁ ସଫା ଓ ପରିଷ୍କାର ରଖିବା ପାଇଁ ସ୍ଵଚ୍ଛ ସର୍ବେକ୍ଷଣ ଅଭିଯାନ ଜାରି ରଖିଛି ସମ୍ବଲପୁର ମହାନଗର ନିଗମ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details