ଓଡିଶା

odisha

ETV Bharat / state

ସମ୍ବଲପୁର ଗସ୍ତରେ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ - ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ

ଦିନିକିଆ ସମ୍ବଲପୁର ଗସ୍ତରେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲ । ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ସମ୍ବଲପୁର ଗସ୍ତରେ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ
ସମ୍ବଲପୁର ଗସ୍ତରେ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ

By

Published : Aug 3, 2021, 8:08 AM IST

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲ । ସେ ସମ୍ବଲପୁର ଗସ୍ତରେ ଆସି ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ସମ୍ବଲପୁରର ବିଭିନ୍ନ ସଙ୍ଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ମାନବାଧିକାର ପ୍ରସଙ୍ଗ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।

ସମ୍ବଲପୁର ଗସ୍ତରେ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ
ସମ୍ବଲପୁରରେ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନୁଷ୍ଠାନର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ପରିବେଶ ସମସ୍ୟା, ସ୍ୱାସ୍ଥ୍ୟ ସେବା, ହୀରାକୁଦ ବିସ୍ଥାପିତଙ୍କୁ କ୍ଷତିପୂରଣ ନମିଳିବା, ପୋଲିସ ଷ୍ଟେସନରେ ବିଭିନ୍ନ ସମୟରେ ଏତଲା ନରଖିବା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୀନବନ୍ଧୁ ମିଶ୍ର ଆତ୍ମହତ୍ୟା ମାମଲାରେ ଭିସିଙ୍କ ବିରୁଦ୍ଧରେ ପୋଲିସ କୋହଳ ମନୋବୃତି, ଜମି ମାଫିଆଙ୍କ ଦ୍ଵାରା ବେଆଇନ ଜମି ହଡପ ଓ ଜିଲ୍ଲା ପ୍ରଶାସନ ଚୁପ ବସିଥିବା, ଶିଶୁ ନିର୍ଯାତନା, ସମ୍ବଲପୁରରେ ନିର୍ମାଣ ହେଉଥିବା ଫ୍ଲାଇ ଓଭରରେ ବିଳମ୍ବ ଓ ସର୍ଭିସ ରୋଡ଼ ନଦେବା ତଥା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଆଜି ପର୍ଯ୍ୟନ୍ତ ହାଇକୋର୍ଟ ରିପୋର୍ଟ ନଦେବା ଆଦି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା ।ଏହି ବୈଠକରେ ସମ୍ବଲପୁରର ବିଭିନ୍ନ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ, ଆଦିବାସୀ ସଙ୍ଗଠନ, ଆଇନଜୀବୀ ପ୍ରମୁଖ ସାମିଲ ହୋଇଥିଲେ ।ସମ୍ବଲପୁରରୁ ବାଦଶାହ ଜୁସ୍ମର ରଣା, ଇଟିଭି ଭାରତ

ABOUT THE AUTHOR

...view details