ଓଡିଶା

odisha

ETV Bharat / state

ସମ୍ବଲପୁର ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ sss ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଉପରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେରକାପ ସମୀକ୍ଷା ବୈଠକ କରିଛନ୍ତି। ଅଧିକ ପଢନ୍ତୁ

state food commission chairman visit sambalpur
ରାଜ୍ୟ ଖାଦ୍ୟ ଅୟୋଗର ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

By

Published : Aug 25, 2022, 12:34 PM IST

ସମ୍ବଲପୁର:ସମ୍ବଲପୁର ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେରକାପ(Pramod Kumar Merkap)। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ SSS ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଉପରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେ ସମୀକ୍ଷା ବୈଠକ କରିଥିଲେ ।

ରାଜ୍ୟ ଖାଦ୍ୟ ଅୟୋଗର ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, CDMPHO ଅଶୋକ ଦାସ, ପିଡ଼ିଡିଆରଡିଏ ଦିଲ୍ଲୀପ କୁମାର ବଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହି ଅବସରରେ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଓ ପୁଷ୍ଟିସାଧନ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟତଃ 3 ବର୍ଷ ପର୍ଯ୍ୟନ୍ତ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟି ସାଧନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଏହା ସହ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କ ପୁଷ୍ଟି ସାଧନ ନିମନ୍ତେ ଆଗକୁ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେନେଇ ସେ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details