ଓଡିଶା

odisha

ETV Bharat / state

ସମ୍ବଲପୁରରେ ଆରମ୍ଭ ହେଲା ଶୀତଳଷଷ୍ଠୀର ଆଦ୍ୟ ପର୍ବ - pogramme

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠା କାର୍ଯ୍ୟକ୍ରମ । ବଡ଼ବଜାର, ମୋଦୀପଡା, ବାଳିବନ୍ଧା ସମେତ ସମସ୍ତ ଯାତ୍ରା କମିଟିର ଥାଳ ଉଠା ପରମ୍ପରା ସମ୍ପନ୍ନ ହୋଇଛି ।

ଫଟୋ ସୌଜନ୍ଯ : ସମ୍ବାଦଦାତା, ସମ୍ବଲପୁର

By

Published : May 7, 2019, 10:03 PM IST

ସମ୍ବଲପୁର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠା କାର୍ଯ୍ୟକ୍ରମ । ବଡ଼ବଜାର, ମୋଦୀପଡା, ବାଳିବନ୍ଧା ସମେତ ସମସ୍ତ ଯାତ୍ରାକମିଟିର ଥାଳ ଉଠା ପରମ୍ପରା ସମ୍ପନ୍ନ ହୋଇଛି।

ଭିଡିଓ ସୌଜନ୍ଯ : ସମ୍ବାଦଦାତା, ସମ୍ବଲପୁର

ଥାଳ ଉଠାର ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାର ପବିତ୍ର ତିଥିରେ ମାତା ପାର୍ବତୀଙ୍କର ପିତା ମାତା କିଏ ହେବେ ତାହା ଯାତ୍ରା କମିଟି ଚୟନ କରିଥାଏ । ଏହା ସହ ପରମ୍ପରା ମୁତାବକ ଅକ୍ଷୟ ତୃତୀୟା ତିଥିରେ ବିଧି ପୂର୍ବକ ପୂଜାର୍ଚ୍ଚନା ପରେ ଥାଳ ଉଠିଥାଏ ।



ଥାଳକୁ ଶୀତଳଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ମାତା ଭାବେ ଚୟନ ହୋଇଥିବା ଦମ୍ପତ୍ତି ଉଠାଇଥାନ୍ତି ଓ ପଡା ପଡା ବୁଲି ଦେବ ଦମ୍ପତିଙ୍କ ବାହାଘର ପାଇଁ ପାଣ୍ଠି ସଂଗ୍ରହ କରିଥାନ୍ତି । ଚଳିତ ବର୍ଷ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତା ମାତା ଭାବେ ପ୍ରକାଶ ପାଣ୍ଡେ ଓ କାଦମ୍ବିନୀ ଆଚାର୍ଯ୍ୟ, ଝାଡୁଆପଡାର କନ୍ୟାପିତା ମାତା ଭାବରେ ଅମୀୟ ମୁଣ୍ଡ ଓ ସମିତା ମୁଣ୍ଡ, ବଡ଼ବଜାର ର କନ୍ୟା ପିତା ମାତା ଭାବରେ ସୁଜିତ କୁମାର ପଣ୍ଡା ଓ ସ୍ବାତୀ ପଣ୍ଡାଙ୍କୁ ଚୟନ କରାଯାଇଛି।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details