ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁରର କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା । ପୂର୍ବରୁ କଳା ହଳଦୀ, କଳା ଧାନ ,କାଶ୍ମରୀ କେଶର ଓ ମ୍ୟାଜିକାଲ ରାଇସ ଉତ୍ପାଦନ କରିଥିବା ସମ୍ବଲପୁରର ଯୁବ କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା ଏବେ ବହୁମୂଲ୍ୟ ‘କିଡାଜଡି ଛତୁ’ ବା (Cordyceps Militaris) ନିଜ ଲ୍ୟାବରେ ଟିସୁ କଲଚର ପ୍ରକ୍ରିୟା ଦ୍ୱାରା ଉତ୍ପାଦନ କରିଛନ୍ତି । ବର୍ତ୍ତମାନ ଏହି ଛତୁର ଦାମ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ଲକ୍ଷେ ଟଙ୍କା କେଜି ରହିଥିବା ବେଳେ ଏହାର ଚାହିଦା କାହିଁରେ କଣ । ଆଗକୁ ସେ ଏହାକୁ ବ୍ୟବସାୟ ଉଦ୍ଦେଶ୍ୟରେ (Commercial Purpose) ରେ ଉତ୍ପାଦାନ କରିବେ ବୋଲି କହିଛନ୍ତି।
ଏହାବି ପଢନ୍ତୁ- ସମଲେଇ ଯୋଜନା ପାଇଁ ଜିଲ୍ଲା ପ୍ରଶାସନର ଜନ ଶୁଣାଣି
ସମ୍ବଲପୁର ଯୁବ କୃଷି ବୈଜ୍ଞାନିକଙ୍କ କମାଲ। ନିଜ ଲ୍ୟାବ ରେ ଉତ୍ପାଦନ କଲେ ଲକ୍ଷେ ଟଙ୍କିଆ କିଡାଜଡି ଛତୁ। ନିଜର ଖଣ୍ଡୁଆଲ ସ୍ଥିତ ଲ୍ୟାବରେ ସେ ଏହି ଛତୁକୁ ଟିସୁ କଲଚର ପ୍ରକ୍ରିୟାରେ ଉତ୍ପାଦନ କରିଛନ୍ତି। ଏହାକୁ ଉତ୍ପାଦନ କରିବା ପାଇଁ ସେ 3 ବର୍ଷ ହେଲା ଗବେଷଣା କରି ଆସୁଥିଲେ। ବର୍ତ୍ତମାନ ସେ ଏଥିରେ ସଫଳ ହୋଇଛନ୍ତି। ତାଙ୍କ କହିବା ଅନୁସାରେ ଏହାକୁ ଲ୍ୟାବରେ ଉତ୍ପାଦନ କରିବାକୁ 3 ମାସ ସମୟ ଲାଗିଥାଏ। ଏହି ଛତୁ ମୁଖ୍ୟତଃ ତିବ୍ବତ ଓ ଭାରତର ହିମାଚଳ ପ୍ରଦେଶରେ ପ୍ରାକୃତିକ ଉପାୟରେ ହୋଇଥାଏ।