ଓଡିଶା

odisha

ETV Bharat / state

ଆଇନଜୀବୀଙ୍କ ଅପରାଧିକ କାମ: ଫିଲ୍ମ ଷ୍ଟାଇଲରେ ଶଳା ଉପରେ ଗାଡି ଚଢାଇଦେଲେ ଭିଣୋଇ - ଶଳା ଓ ଶ୍ବଶୁରଙ୍କୁ କଲେ ମରଣାନ୍ତକ ଆକ୍ରମଣ

ପେଶାରେ ଜଣେ ଆଇନଜୀବୀ ହେଲେ କାର୍ଯ୍ୟକଳାପ ପୁରା ପେଷାଦାର ଅପରାଧୀ ଭଳି । ପାରିବାରିକ କଳହକୁ ନେଇ ଓକିଲ ଜଣକ ଶ୍ବଶୁର ଓ ଶଳା ଉପରେ କରିଛନ୍ତି ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ଆଇନଜୀବୀଙ୍କ ଅପରାଧିକ କାମ : ଫିଲ୍ମ ଷ୍ଟାଇଲରେ ଶଳା ଓ ଶ୍ବଶୁରଙ୍କୁ କଲେ ମରଣାନ୍ତକ ଆକ୍ରମଣ
ଆଇନଜୀବୀଙ୍କ ଅପରାଧିକ କାମ : ଫିଲ୍ମ ଷ୍ଟାଇଲରେ ଶଳା ଓ ଶ୍ବଶୁରଙ୍କୁ କଲେ ମରଣାନ୍ତକ ଆକ୍ରମଣ

By

Published : Jul 19, 2022, 7:06 AM IST

ସମ୍ବଲପୁର: ସମ୍ବଲପୁର ସହରର ଏସପି ଅଫିସ ସମ୍ମୁଖରେ ଜଣେ ଓକିଲଙ୍କ ଫିଲ୍ମ ଷ୍ଟାଇଲରେ ମରଣାନ୍ତକ ଆକ୍ରମଣ । ସେ ପୁଣି ନିଜ ଶଳା ଓ ଶ୍ବଶୁରଙ୍କ ଉପରେ । ନିଜର ପାରିବାରିକ ବିବାଦ ନେଇ ମାମଲା କୋର୍ଟରେ ଚାଲୁଥିବାବେଳେ ଏହାଉପରେ ରାଗ ରଖି ସୋମବାର ଅପରାହ୍ନରେ ଓକିଲ ଜଣଙ୍କ ଏଭଳି ଉନ୍ମତ୍ତକାଣ୍ଡ କରି ବସିଛନ୍ତି । ଏନେଇ ଓକିଲଙ୍କ ସ୍ତ୍ରୀ ଥାନାରେ ସ୍ବାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଇନଜୀବୀଙ୍କ ଅପରାଧିକ କାମ : ଫିଲ୍ମ ଷ୍ଟାଇଲରେ ଶଳା ଓ ଶ୍ବଶୁରଙ୍କୁ କଲେ ମରଣାନ୍ତକ ଆକ୍ରମଣ

ସୂଚନାନୁସାରେ ଗତ ୯ ବର୍ଷ ତଳେ ସମ୍ବଲପୁରର ବୁର୍ଲା ଓକିଲ ପଞ୍ଚାନନ ଦାଶ ତାଳଚେରର ଚିନ୍ମୟୀ ମହାପାତ୍ରଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଏହାପରେ ଉଭୟ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ କୋର୍ଟରେ ବିବାଦର ମାମଲା ତୁଟି ନଥିବାବେଳେ, ଓକିଲ ପଞ୍ଚାନନ ଆଜି ପୁଣି ଆଉ ଏକ ଦୁର୍ଘଟଣା ଘଟାଇଛନ୍ତି । ସହରର ଏସପି ଅଫିସ ସମ୍ମୁଖରେ ଚିନ୍ମୟୀଙ୍କ ବାପା ଓ ଭାଇ ଛିଡ଼ା ହୋଇଥିବାବେଳେ ପଞ୍ଚାନନ ନିଜ କାର ଯୋଗେ ପ୍ରଥମେ ଶ୍ବଶୁରଙ୍କୁ ଧକ୍କା ଦେଇଥିଲେ ।

ମାତ୍ର ଅଳ୍ପକେ ବଞ୍ଚି ଯାଇଥିଲେ ଶ୍ବଶୁର । ଏହାପରେ ଏସପି ଅଫିସ ପାଖରେ ଛିଡ଼ା ହୋଇଥିବା ଶଳାଙ୍କ ଉପରେ କାର ମଡ଼ାଇ ଦେଇଥିଲେ । ତେବେ ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ପଞ୍ଚାନନ କାର୍ ଯୋଗେ ଏସପି ଅଫିସର ପାଚେରୀକୁ ଭାଙ୍ଗି ଦେଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଉତ୍ତ୍ୟକ୍ତ ଓକିଲକୁ ମାଡ଼ ମାରିଥିଲେ । ଏହାପରେ ଜିଲ୍ଲା ଓକିଲ ସଙ୍ଘର ପ୍ରମୁଖ ସଦସ୍ୟ ଘଟଣାସ୍ଥଳରେ ପହଁଞ୍ଚି ପଞ୍ଚାନନକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ସେପଟେ ପୋଲିସ ଓକିଲ ପଞ୍ଚାନନକୁ ଥାନାରେ ଅଟକାଇ ପଚରାଉଚରା କରୁଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details