ସମ୍ବଲପୁର: ଦେଶରେ ଜାରି ରହିଛି ଲକ ଡାଉନ । ଅତ୍ୟାବଶ୍ୟକୀୟ ନଥିଲେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ସମୟରେ ବୁର୍ଲା ବ୍ଲଡ଼ ବ୍ୟାଙ୍କରେ ରକ୍ତର ବହୁତ ଅଭାବ ଲାଗି ରହିଛି । ଲକ ଡାଉନ ଯୋଗୁ କୌଣସି ସ୍ଥାନରେ ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ ହୋଇ ପାରୁନି । ଏ ପରିସ୍ଥିତିରେ ବୁର୍ଲା ବଡ଼ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡିଲେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
କଟକଣା ସତ୍ତ୍ବ ରକ୍ତ ଦେଲେ ଉତ୍ସାହି ଯୁବକ - କଟକଣା ସତ୍ତ୍ବ ରକ୍ତ ଦେଲେ ଉତ୍ସାହି ଯୁବକ
ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ । କଟକଣା ସତ୍ତ୍ବ ରକ୍ତ ଦେଲେ ଉତ୍ସାହି ଯୁବକ । ଅଧିକ ପଢନ୍ତୁ.....
କଟକଣା ସତ୍ତ୍ବ ରକ୍ତ ଦେଲେ ଉତ୍ସାହି ଯୁବକ
ଏଥିପାଇଁ ଏହି ରକ୍ତର ଅଭାବକୁ ଦୂର କରିବା ପାଇଁ ହୀରାକୁଦ ଅଞ୍ଚଳର କିଛି ଯୁବକ ରେଙ୍ଗାଲିର ରାମଚନ୍ଦ୍ର ନଗର ଦୁର୍ଗା ପୂଜା କମିଟିର କିଛି ସଦସ୍ୟଙ୍କୁ ବୁର୍ଲା ବ୍ଲଡ଼ ବ୍ୟାଙ୍କକୁ ରକ୍ତଦାନ କରିବାକୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ରକ୍ଷା କରି ଏହି ପୂଜା କମିଟିର 17 ଜଣ ଯୁବ ସଦସ୍ୟ ବୁର୍ଲା ବ୍ଲଡ଼ ବ୍ୟାଙ୍କରେ ରକ୍ତଦାନ କରିଛନ୍ତି । ଫଳରେ 17 ୟୁନିଟ ରକ୍ତ ସଂଗ୍ରହ ହୋଇଛି । ହୀରାକୁଦର ଯୁବ ସମାଜସେବୀ ଅବିନାଶ ମିଶ୍ର ଓ ରେଙ୍ଗାଲି ର ଝଡକେତନ ମେହେରଙ୍କ ପ୍ରଚେଷ୍ଟାରେ ଏହି ରକ୍ତଦାନ ଆୟୋଜିତ ହୋଇଥିଲା
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ