ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଉତ୍ପାଦନ ହେବ ଗ୍ରୀନ ଏନର୍ଜି । ବିନା ପ୍ରଦୂଷଣରେ ହୀରାକୁଦ ଜଳଭଣ୍ଡାରର ଜଳରାଶିରେ ସୋଲାର ପେନାଲ ପକାଇ ଉତ୍ପାଦନ ହେବ ସୌରଶକ୍ତି । କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆର ଉଦ୍ୟମରେ ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ ସରିଯାଇଥିବା ବେଳେ ଆଗାମୀ ବର୍ଷରେ ଏହି ପ୍ରକଳ୍ପ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।
ହୀରାକୁଦ ଜଳଭଣ୍ଡାରରେ ଏବେ ଜଳ ବିଦ୍ୟୁତ ସହ ଉତ୍ପାଦନ ହେବ ସୌର ବିଦ୍ୟୁତ(solar power)। ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆର(Solar Energy Corporation of India) ଉଦ୍ୟମରେ ଏହି ପ୍ରକଳ୍ପ ପାଇଁ ଜୁଲାଇ-ଅଗଷ୍ଟରେ ଏକ ସଂସ୍ଥା ଦ୍ବାରା ସର୍ଭେ କାର୍ଯ୍ୟ ସରିଯାଇଛି। ଆସନ୍ତା ବର୍ଷ ଆରମ୍ଭରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଜଳଭଣ୍ଡାରର 743 ବର୍ଗ କିମିରୁ 10 ବର୍ଗ କିମି ଅଞ୍ଚଳରେ ସର୍ଭେ ହୋଇଥିବା ବେଳେ 1 ବର୍ଗ କିମି ଅଞ୍ଚଳରେ ଏହି ପ୍ରକଳ୍ପ ହେବ।