ଓଡିଶା

odisha

ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି, ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତିବାସିନ୍ଦା

By

Published : Aug 3, 2021, 10:43 PM IST

ସମ୍ବଲପୁର ସହର ଉପକଣ୍ଠ ବସ୍ତିବାସିନ୍ଦାଙ୍କୁ ଜବରଦଖଲ ଉଚ୍ଛେଦ ଭୟ । ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ ଦାବିରେ ଜିଲ୍ଲା ପ୍ରଶାସନର ହେଲେ ଦ୍ବାରସ୍ଥ ବସ୍ତିବାସିନ୍ଦା ।ଅଧିକ ପଢନ୍ତୁ...

ଉଚ୍ଛେଦ ପୂର୍ବରୁ ଥଇଥାନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତିବାସିନ୍ଦା
ଉଚ୍ଛେଦ ପୂର୍ବରୁ ଥଇଥାନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତିବାସିନ୍ଦା

ସମ୍ବଲପୁର:ବିସ୍ଥାପନ ଭୟରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତି ବାସିନ୍ଦା । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହରରେ । ସହର ଉପକଣ୍ଠରେ ଥିବା ପରାଧିଆପାଲି ସୌରବ ନଗରର ବସ୍ତିବାସିନ୍ଦା ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। 18 ବର୍ଷ ହେଲା ଏହି ଅଞ୍ଚଳରେ ପ୍ରାୟ 100 ଟି ଗରିବ ପରିବାର ରହି ଆସୁଥିବାବେଳେ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ନିର୍ଦ୍ଦେଶ ପରେ ପ୍ରଶାସନକୁ ଭେଟିଛନ୍ତି ବସ୍ତି ବାସିନ୍ଦା । ପ୍ରଥମେ ସେମାନଙ୍କୁ ଥଇଥାନ କରାଯିବା ପରେ ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକ।

ଉଚ୍ଛେଦ ପୂର୍ବରୁ ଥଇଥାନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତିବାସିନ୍ଦା

ସୂଚନା ଅନୁସାରେ ସମ୍ବଲପୁର ସହରରୁ ଝାରସୁଗୁଡା ରାସ୍ତାରେ ଅଳ୍ପ ଦୂରରେ ଥିବା ପରାଧିଆପାଲି ସୌରବ ନଗରରେ ପ୍ରାୟ 100 ପରିବାର 18 ବର୍ଷ ହେଲା ରହି ଆସୁଛନ୍ତି । ଏମାନେ ମହାନଗର ନିଗମକୁ ସବୁ ପ୍ରକାରର କର ମଧ୍ୟ ଦେଇଥାନ୍ତି । କିନ୍ତୁ ଗତ 27 ଜୁଲାଇରେ ସମ୍ବଲପୁର ସଦର ତହସିଲଦାର ଏହି ଅଞ୍ଚଳରେ ଥିବା ସବୁ ଜବର ଦଖଲକୁ ଉଛେଦ କରିବାକୁ OPLE Act 1972 ଅନୁସାରେ ଏକ ନୋଟିସ ଜାରି କରିଛନ୍ତି।

ଏହା ଜାଣିବା ପରେ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଛନକା ପସିଯାଇଛି । ପ୍ରଶାସନ ଏପରି ହଠାତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କଲେ 100 ରୁ ଉର୍ଦ୍ଧ ପରିବାର ବାସହୀନ ହୋଇପଡିବା ନିଶ୍ଚିତ ହୋଇଥିବାବେଳେ ଉଛେଦ ପୂର୍ବରୁ ଆବାସ ଯୋଜନରେ ଥଇଥାନ କରାଯାଉ ବୋଲି ଦାବି କରିଛନ୍ତି ଏମାନେ। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେଲେ ଆଗାମି ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details