ଓଡିଶା

odisha

ETV Bharat / state

ଶୀତଳ ଷଷ୍ଠୀ: ସମ୍ପନ୍ନ ହେଲା ଗଇଣ୍ଠାଳ ଫିଟା ଓ ହଳଦୀ ଖେଳ

ଆଉ କିଛି ଘଣ୍ଟା ପରେ ଦେବଦମ୍ପତିଙ୍କ ବିବାହ । ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଦେବଦମ୍ପତିଙ୍କ ଗଇଣ୍ଠାଳ ଫିଟା ଓ ହଳଦୀ ଖେଳ ସମ୍ପନ୍ନ ହୋଇଛି ।

By

Published : Jun 7, 2019, 8:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମ । ବର ବେଶରେ ବାହାରିବେ ମହାଦେବ । ଏହା ପୂର୍ବରୁ ଶେଷ ହୋଇଛି କନ୍ୟା ମାତା ପିତାଙ୍କ ଗଇଣ୍ଠାଲ ଫିଟା ପରମ୍ପରା । ଏଥିସହ ହଳଦୀ ଖେଳ ମଧ୍ୟ ସମ୍ପନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଗତବର୍ଷର ମାତାପିତାଙ୍କ ଠାରୁ ସମ୍ପର୍କ ତୁଟାଇବା ପରେ ଚଳିତବର୍ଷର ମାତାପିତା ପାର୍ବତୀଙ୍କୁ ମନ୍ଦିରରୁ ନିଜ ଘରକୁ ନେଇଥିଲେ । କନ୍ୟାପକ୍ଷର ମହିଳା ମାନେ ପାର୍ବତୀଙ୍କୁ ତେଲ ହଲଦି ଲଗାଇଥିଲେ । ଏହାସହ ମୁଦିପଡା ଜାଗେଶ୍ବର ବାବାଙ୍କ ମନ୍ଦିରରେ ପଡାର ମହିଳା ମାନେ ମହାଦେବ ଶିବଙ୍କ ତୈଳାଭିଷେକ କରି ହଳଦି ଖେଳ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details