ସମ୍ବଲପୁର: ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ପରିସମାପ୍ତି ହୋଇଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଭାବ ଭକ୍ତି ଓ ନିଷ୍ଠାର ସହ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ।
କୋଭିଡ କଟକଣା ଯୋଗୁ ଚଳିତ ବର୍ଷ ବରଯାତ୍ରୀ ଶୋଭା ଯାତ୍ରା ଓ ଯୁଗଳ ଦର୍ଶନ ଶୋଭା ଯାତ୍ରା ହୋଇନଥିବା ବେଳେ ଦେବ ଦମ୍ପତିଙ୍କ ବିବାହ ମଧ୍ୟ ମନ୍ଦିର ପରିସରରେ ହୋଇଥିଲା । ଏହା ପରେ ବୁଧବାର ସକାଳୁ ଆଜି(ଗୁରୁବାର) ଅପରାହ୍ନ ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ କୋଭିଡ କଟକଣା ଭିତରେ ଯୁଗଳମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି । ଏହା ପରେ ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ଆଳତି ଓ ପାରମ୍ପରିକ ପୂଜାର୍ଚ୍ଚନା ପରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହୋଇଛି ।