ସମ୍ବଲପୁର:ହକି ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହେଲେ ଦର୍ଶକ । 10 ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଗୋର୍ବଦ୍ଧନ ବଡମାଳ ଗାଁରେ । ଆହତଙ୍କ ମଧ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଅଧିକାଂଶ ଆହତ ଗୋଟିଏ ପରିବାରର ।
ଏହା ମଧ୍ୟ ପଢନ୍ତୁ-କାଳ ସାଜିଲା ବଜ୍ରପାତ: ଜଣେ ମୃତ, ତିନି ଗୁରୁତର
ମିଳିଥିବା ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ବଡମାଳ ଗ୍ରାମରେ ଏକ ପଡ଼ିଆରେ ହକି ଖେଳ ଚାଲିଥିଲା । ଖେଳ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଆସିଥିଲେ । ତେବେ ମ୍ୟାଚ୍ ଦେଖୁଥିବା ସମୟରେ ହଠାତ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଖେଳ ଦେଖୁଥିବା ଦର୍ଶକ ମାନେ ଏକ ମହୁଲ ଗଛ ପାଖକୁ ଚାଲିଯାଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ 10 ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆହତ ମଧ୍ୟରେ ଜଣେ ୬ ମାସର ଗର୍ଭବତୀ ମହିଳା ମଧ୍ୟ ଥିବା ଜଣା ପଡ଼ିଛି । ଆହତମାନେ ହେଲେ ଅୟନ କେରକେଟା (10),ସୁମିତ ଓରାମ (10),ପ୍ରଶାନ୍ତ କେରକେଟା (6),ମୋକ୍ଷ କେରକେଟା (2), ନିବ୍ୟଦୀପ ମିଞ୍ଚ (9ମାସ ),ନିଲମ ମିଞ୍ଚ (23),ଜୟନ୍ତୀ କେରକେଟା (21),ଅରିଷ୍କା କେଟ୍ରୋ, (35), ପାର୍ବତୀ ଓରାମ (28), ଗୀତା ଓରାମ (24) ।