8 injured after bus hits truck ସମ୍ବଲପୁର:ପୁଣି OSRTC ବସ ଦୁର୍ଘଟଣା l ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା ବସ୍ । ସମ୍ବଲପୁର ଜମନକିରା ଥାନା ବାଇପାସ୍ ରାସ୍ତାରେ କେନ୍ଦୁଝର-ବଲାଙ୍ଗୀର ସରକାରୀ ବସ ଦୁର୍ଘଟଣାଗ୍ରସ୍ତ । ଏନେଇ ୮ ଜଣ ଆହତ ହୋଇଥିବା ଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ପୂର୍ବରୁ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ OSRTC ବସ ଧକ୍କା ଦେଇଥିଲା । ଫଳରେ ୫ ଜଣ ଆହତ ହୋଇଥିବା ବେଳେ ବସ ଚାଳକଙ୍କ ସହ ଆଉ 3 ଯାତ୍ରୀ ଗୁରୁତର ହୋଇଛନ୍ତି l ଏହା ପରେ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଳମ୍ବିତ ରାତି ପ୍ରାୟ ୩ ଟାରେ ଦୁର୍ଘଟଣା ଘଟିଛି । ବସ ଚାଳକ ବହୁ ସମୟ ଧରି ଗାଡି ଭିତରେ ଚାପି ହୋଇ ରହି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ତଥା ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ - Ganjam Accident : ସହାୟତା ରାଶି ଘୋଷଣା କଲେ ମୋଦି, ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୋକ
ପ୍ରକାଶ ଥାଉକି, ସେହିପରି ଗତ ୨୫ ତାରିଖ ବିଳମ୍ବିତ ରାତି ପ୍ରାୟ 1 ଟା ସମୟରେ ଦିଗପହଣ୍ଡି ଡେଙ୍ଗାଓସ୍ତା ରାସ୍ତାରେ ଓଏସଆରଟିସି ବସ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଓଏସଆରଟିସି ବସଟି ରାୟଗଡା ଗୁଡାରିରୁ ଭୁବନେଶ୍ବର ଆସୁଥିବା ବେଳେ ଏହି ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ବିବାହ ଭୋଜିରେ ଯୋଗ ଦେଇ ବ୍ରହ୍ମପୁରରୁ ଫେରୁଥିଲା । ହଠାତ୍ ଦିଗପହଣ୍ଡି ଠାରେ ଦୁଇ ବସ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇ ଥିଲେ ।
ସମସ୍ତ ମୃତକ ଓ ଆହତ ଘରୋଇ ବସରେ ବସିଥିବା ଯାତ୍ରୀ ଥିଲେ । ଏହି ବସ ଦୁର୍ଘଟଣାକୁ ନେଇ ପୋଲିସ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କ ବେପରୁଆ ଗାଡ଼ି ଚାଳନା କିମ୍ବା ଗାଡି ଚଳାଇବା ସମୟରେ ଆଖି ପଡ଼ିଯାଇଥିବା ଯୋଗୁଁ ଏପରି ହୋଇଥିବା କୁହାଯାଉଛି ।
ଇଟିଭି ଭାରତ, ସମ୍ବଲପୁର