ଓଡିଶା

odisha

ETV Bharat / state

Sambalpur Violence: କୋହଳ ହେଲା କର୍ଫ୍ୟୁ, ଗିରଫଦାରୀ ସଂଖ୍ୟା 85କୁ ବୃଦ୍ଧି - ସମ୍ବଲପୁର ଖବର

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ । ହିଂସାକାଣ୍ଡ ଘଟଣାରେ ଆହୁରି 6 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Sambalpur Violence
Sambalpur Violence

By

Published : Apr 17, 2023, 12:11 PM IST

ସମ୍ବଲପୁର:ସହରରେ ହନୁମାନ ଜୟନ୍ତୀରେ ହିଂସାକାଣ୍ଡ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ପୁଣି 6 ଜଣଙ୍କୁ ଗିରଫ କଲା ପୋଲିସ । ଗତକାଲି ଗିରଫଦୀରୀ ସଂଖ୍ୟା 79 ଥିବା ବେଳେ ଆଜି ଏହି ସଂଖ୍ୟା 85ରେ ପହଞ୍ଚିଛି । ଏନେଇ ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ସେହିପରି ସମ୍ବଲପୁରରେ ଆଜି କର୍ଫ୍ୟୁକୁ କୋହଳ କରାଯାଇଛି । ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାରୁ ସକାଳ 7ଟା 30ରୁ 11ଟା 30 ମିନିଟ ଓ ଅପରାହ୍ନ 3ଟା 30 ମନିଟରୁ 6 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜିଲ୍ଲା ପ୍ରାଶସନ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-Sambalpur Violence: ଆଉ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ଗତ 12 ତାରିଖରେ ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁର ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ଫଳରେ 15ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସମ୍ବଲପୁର ଅଶାନ୍ତ ହୋଇପଡିବାରୁ ପ୍ରଥମେ 144 ଧାରା ଜାରି କରାଯାଇଥିଲା ।

ପୁଣି ଗତ 14 ତାରିଖ ଦିନ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ ସହରର କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିଲା । ତେଣୁ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପର ଦିନ ଜିଲ୍ଲାର 6ଟି ଥାନା ଅଞ୍ଚଳ ସମ୍ବଲପୁର ଟାଉନ ଥାନା, ଅଇଁଠା ପାଲି, ଧନୁପାଲି ଥାନା, କ୍ଷେତରାଜପୁର ଥାନା ସଦର ଥାନା ଓ ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଯାହା ଏବେ ବି ବଳବତ୍ତର ରହିଛି ।

ଏହା ମଧ୍ୟ ପଢନ୍ତୁ-Jharsuguda By Poll: ନିର୍ବାଚନ ପରିଚାଳନା କମିଟି ଘୋଷଣା କଲେ ବିଜେପି ସଭାପତି, ଜୁଏଲ ଏବଂ ସୁରେଶଙ୍କୁ ଗୁରୁ ଦାୟିତ୍ବ

ତେବେ ଏହି ହିଂସାକାଣ୍ଡକୁ ନେଇ ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ ପ୍ରଥମେ ଗତ 13 ତାରିଖ ଦିନ 48 ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ଏହା ପରେ 15 ତାରିଖରେ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ବେଳେ ଆଜି ତାହା ସକାଳ 10ରେ ଶେଷ ହୋଇଥିଲା । ଏହାପରେ ପୁଣି ଥରେ 24 ଘଣ୍ଟା ପାଇଁ ଏହି ସେବାକୁ ବନ୍ଦ କରାଯାଇଛି । ଆସନ୍ତାକାଲି(ମଙ୍ଗଳବାର) ସକାଳ 10ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଇଟିଭି ଭାରତ,ସମ୍ବଲପୁର

ABOUT THE AUTHOR

...view details