ସମ୍ବଲପୁର:ଯୁଜୁମୁରା ଥାନା ଅନ୍ତର୍ଗତ ଗଡଗଡ଼ବହାଲ ଠାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ 7 ଜଣ ଯାତ୍ରୀ ଆହତ । ଅନୁଗୋଳରୁ ସମ୍ବଲପୁର ଆସୁଥିବା ଗରୁଡ ନାମକ ବସ ରାତି ପ୍ରାୟ ୮:୨୦ ସମୟରେ ଗଡଗଡବାହାଲ ନିକଟରେ ଜାତୀୟ ରାଜପଥରେ ଥିବା ରେଲଓ୍ବେ ଅଣ୍ତର ପାସରେ ଭାରସାମ୍ୟ ହରାଇ ବାମ ପଟରେ ଥିବା କଂକ୍ରିଟ ପିଲରରେ ଧକ୍କା ହୋଇଥିଲା ।
ଭାରସାମ୍ୟ ହରାଇ କଂକ୍ରିଟ ପିଲାରରେ ପିଟିହେଲା ଯାତ୍ରୀବାହୀ ବସ, ୭ ଆହତ - ଯୁଜୁମୁରାରେରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା
ଅନୁଗୋଳରୁ ସମ୍ବଲପୁର ଆସୁଥିବା ଗରୁଡ ନାମକ ବସ ରାତି ପ୍ରାୟ ୮: ୨୦ ସମୟରେ ଗଡଗଡବାହାଲ ନିକଟରେ ଜାତୀୟ ରାଜପଥରେ ଥିବା ରେଲଓ୍ବେ ଅଣ୍ତର ପାସରେ ଭାରସାମ୍ୟ ହରାଇ ବାମ ପଟରେ ଥିବା କଂକ୍ରିଟ ପିଲରରେ ଧକ୍କା ହୋଇଥିଲା । ଅଧିକ ପଢନ୍ତୁ
ଯୁଜୁମୁରାରେରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୭ ଆହତ
ଭାରସାମ୍ୟ ହରାଇ କଂକ୍ରିଟ ପିଲାରରେ ପିଟିହେଲା ଯାତ୍ରୀବାହୀ ବସ, ୭ ଆହତ
ଫଳରେ ବସର ସମ୍ମୁଖ ପଟ ଓ ବାମପଟ ଜୋର ଧକ୍କା ଲାଗିଥିବାରୁ ସମ୍ମୁଖ ପଟ କାଚ ଓ ଅଧିକାଂଶ ଅଂଶ ଭାଙ୍ଗିଯାଇଛି । ତେବେ ଏକ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ । ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ବେଳେ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଜୁଜୁମୁରା ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ବସ୍ ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ଅଟକ ରଖିଛି ପୋଲିସ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Mar 21, 2022, 10:28 PM IST