ସମ୍ବଲପୁର: 7 ହଜାର ଟଙ୍କା ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ । ଗିରଫ ସରକାରୀ ଅଧିକାରୀ ହେଲେ ସମ୍ବଲପୁର କୃଷି କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଚ୍ଚିଦାନନ୍ଦ ଦୋରା ।
ସୂଚନାନୁସାରେ, ସମ୍ବଲପୁର ଲଇଡା ଅଞ୍ଚଳର ଜଣେ ବ୍ୟକ୍ତି କୀଟନାଶକ ଓ ସାର ଦୋକାନ କରିବାକୁ ଲାଇସେନ୍ସ ପାଇଁ ସମ୍ବଲପୁର ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ତାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ହଇରାଣ କରିବା ସହ ଲାଇସେନ୍ସ ପାଇଁ ତାଙ୍କୁ 8 ହଜାର ଟଙ୍କା ଦେବାକୁ କହିଥିଲେ ସଚ୍ଚିଦାନନ୍ଦ । ପରେ 7 ହଜାର ଟଙ୍କାରେ ଲାଇସେନ୍ସ ଦେବାକୁ ସେ ରାଜି ହୋଇଥିଲେ ।