ଓଡିଶା

odisha

ସମ୍ବଲପୁରରେ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ

By ETV Bharat Odisha Team

Published : Dec 6, 2023, 9:26 PM IST

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷେତରାଜପୁର ରେଳ ସବୁଜ ପତାକା ଦେଖାଇଲେ ଦୁଇ ମନ୍ତ୍ରୀ । ଅଧିକ ପଢନ୍ତୁ

ସମ୍ବଲପୁରରେ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ, ସାମିଲ ହେଲେ 970 ଜଣ ବରିଷ୍ଠ ନାଗରିକ
ସମ୍ବଲପୁରରେ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ, ସାମିଲ ହେଲେ 970 ଜଣ ବରିଷ୍ଠ ନାଗରିକ

ସମ୍ବଲପୁରରେ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ, ସାମିଲ ହେଲେ 970 ଜଣ ବରିଷ୍ଠ ନାଗରିକ

ସମ୍ବଲପୁର: ଆଜି ସମ୍ବଲପୁରରୁ ଗଡ଼ିଲା ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ । ଆଜି କ୍ଷେତରାଜପୁର ରେଳ ଷ୍ଟେସନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନାଗରିକଙ୍କୁ ନେଇ ଯାଉଥିବା ସ୍ୱତନ୍ତ୍ର ଟ୍ରେନକୁ ସବୁଜ ପତାକା ଦେଖାଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ସାରଦା ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡ଼ରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ l

ଆଜି ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ ପଶ୍ଚିମ ଓଡ଼ିଶାର 8 ଟି ଜିଲ୍ଲାର ପ୍ରାୟ 970 ଜଣ ବରିଷ୍ଠ ନାଗରିକଙ୍କୁ ନେଇ ବାହାରିଛି l ଏମାନଙ୍କ ସୁବିଧା ପାଇଁ ରହିଛନ୍ତି 30 ଜଣ ସପୋର୍ଟ ଷ୍ଟାଫ ଓ 2 ଜଣ ଡାକ୍ତର l ଏହାସହ ଏହି ଯାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ କୋଚରେ ରହିଛନ୍ତି ଜଣେ ଲେଖାଏଁ ଆଟେଣ୍ଡଡେନ l ଏହି ଟ୍ରେନଟି କୋଲକାତା ଦେଇ ଆସାମ ପର୍ଯ୍ୟନ୍ତ ଯିବ l କୋଲକାତାର କାଳୀ ପୀଠ ଓ ଆସାମର କାମାକ୍ଷ୍ୟା ପୀଠର ଦର୍ଶନ କରିବେ ତୀର୍ଥଯାତ୍ରୀ l ଟ୍ରେନ ଭିତରେ ଥିବା ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ସରକାର l ଚିକିତ୍ସା ସେବା ଠାରୁ ଆରମ୍ଭ କରି ପିଇବା ପାଣି, ଖାଦ୍ୟ, ଔଷଧ ସବୁ ଟ୍ରେନ ଉପଲବ୍ଧ l

ଆଜି ଦିନ ପ୍ରାୟ ସାଢେ 12 ଟା ସମୟରେ ଏହି ଟ୍ରେନ ସମ୍ବଲପୁର ଷ୍ଟେସନରୁ ବାହାରି ଥିଲା l ଏହି ଟ୍ରେନଟି ଆସନ୍ତା 11 ତାରିଖରେ ଯାତ୍ରା ସାରି ଫେରିବ l ବରିଷ୍ଠ ନାଗରିକମାନଙ୍କୁ ସରକାର ମାଗଣା ତୀର୍ଥ କରାଇବାପାଇଁ ନେଉଥିବାରୁ ଯାତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି l ସମ୍ବଲପୁର ଜିଲ୍ଲା ସମେତ ଅନୁଗୋଳ, ବରଗଡ଼,ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଆଜି ଏହି ତୀର୍ଥ ଯାତ୍ରାରେ ସମ୍ବଲପୁର ରେଳଷ୍ଟେସନରୁ କୋଲକାତା ଓ ଆସାମ ଅଭିମୁଖେ ବାହାରିଛନ୍ତି l

ଏହା ମଧ୍ୟ ପଢନ୍ତୁ....ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା: ୬ ଜିଲ୍ଲାରୁ ଗଲେ ୯୭୦ଜଣ, ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ଯେ ଯେକୌଣସି ଲୋକ ହେଉନା କାହିଁକି ପରିଣତ ବୟସରେ ତୀର୍ଥ କରିବାର ଇଚ୍ଛା ମନ ଭିତରେ ଜାଗ୍ରତ ହୋଇଥାଏ l ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ନେଇ 2016 ମସିହାରୁ ସୁବିଧା ଯୋଗାଇ ଦେଇ ଆସୁଛନ୍ତି ରାଜ୍ୟ ସରକାର l ମୁଖ୍ୟତଃ 2016 ମସିହାରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନ ସେବା ଆରମ୍ଭ କରିଛନ୍ତି ସରକାର l

ଏଥିପାଇଁ ସମ୍ବଲପୁର ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି ଉତ୍ସବରେ ବରିଷ୍ଠ ନାଗରିକ ମାନଙ୍କୁ ଫୁଲ ଚନ୍ଦନ ଦେଇ ତାଙ୍କୁ ସ୍ୱାଗତ କରି ଟ୍ରେନରେ ବସାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସାରଦା ନାୟକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୋଦିନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ପରିଣତ ବୟସରେ ତୀର୍ଥ କରିବା ପାଇଁ ସମସ୍ତଙ୍କ ଇଛା ଓ ଆଶା ଥାଏ l ଏହି ଆଶାକୁ ରାଜ୍ୟ ସରକାର ପୂରଣ କରିଥିବାରୁ ତୀର୍ଥଯାତ୍ରୀମାନେ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି l


ଇଟିଭି ଭାରତ ,ସମ୍ବଲପୁର

ABOUT THE AUTHOR

...view details