ଓଡିଶା

odisha

ETV Bharat / state

ସମ୍ବଲପୁରରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ, ତୀର୍ଥ କରି ଗଲେ 970 ନାଗରିକ - ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ

ସମ୍ବଲପୁରରେ ଦ୍ବିତୀୟ ଥର ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଚାଲିଛି । 970 ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ରେଳ । ଅଧିକ ପଢନ୍ତୁ

ସମ୍ବଲପୁରରୁ ଦ୍ବିତୀୟ ଥର ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ
senior citizen tourist train

By

Published : Mar 17, 2023, 12:12 PM IST

ସମ୍ବଲପୁରରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ

ସମ୍ବଲପୁର:ବୟସ ହେଲେ ଲୋକଙ୍କ ମନ ଭିତରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ । ଭଗବାନ ଶରଣରେ ସମୟ ଅତିବାହିତ କରିବାକୁ ମନ ବଳାଇଥାନ୍ତି । ତୀର୍ଥ ଯାତ୍ରା କରିବାକୁ ସେମାନଙ୍କର ଇଚ୍ଛା ହୋଇଥାଏ । ବରିଷ୍ଠ ନାଗରିକଙ୍କ ଏହି ଭାବନାକୁ ସମ୍ମାନ କରି ରାଜ୍ୟ ସରକାର 2016 ମସିହାରୁ ବରିଷ୍ଠ ନାଗରିକଙ୍କ ପାଇଁ ସରକାରୀ ସ୍ତରରେ ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଉଛି । ଏହି କ୍ରମରେ ସମ୍ବଲପୁରରୁ ଚଳିତ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଯାତ୍ରା ଆରମ୍ଭ କରିଛି । ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି ।

ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରୁ ସମ୍ବଲପୁର, ଅନୁଗୋଳ, ଦେବଗଡ, ସୁବର୍ଣ୍ଣପୁର, ବରଗଡ, ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲ୍ଲାରୁ ମୋଟ 970 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ବାହାରିଛନ୍ତି । ସେମାନଙ୍କ ସହ ଜିଲ୍ଲା ପ୍ରଶାସନର 30 ଜଣ ପଥପ୍ରଦର୍ଶକ (ଗାଇଡ଼) ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ପରିଵହନ ଓ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା, ଖାଦ୍ୟ ଆଦିର ବ୍ୟବସ୍ଥା କରାଯାଇଛି । ଏଥିସହ ଟ୍ରେନରେ ଜଗୁଆଳି, ଗାଇଡ଼, ଚିକିତ୍ସା ସୁବିଧା ମଧ୍ୟ ଦିଆଯିବ । ତୀର୍ଥଯାତ୍ରାର ସୁଯୋଗ ପାଇଥିବାରୁ ବରିଷ୍ଠ ନାଗରିକମାନେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଯାତ୍ରାରେ ସମ୍ବଲପୁରରୁ 112, ଅନୁଗୋଳରୁ 137 ଜଣ , ଦେଓଗଡରୁ 33 ଜଣ , ସୁବର୍ଣ୍ଣପୁରରୁ 65 ଜଣ , ବରଗଡ଼ରୁ 159 ଜଣ , ସୁନ୍ଦରଗଡ଼ରୁ 225 ଜଣ, ଝାରସୁଗୁଡାରୁ 62 ଜଣ ଏବଂ ବଲାଙ୍ଗୀରରୁ 177 ଜଣ ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି । 2016 ମସିହାରୁ ରାଜ୍ୟ ସରକାର 60ରୁ 75 ବର୍ଷ ବୟସର ଗରିବ ନାଗରିକଙ୍କ ପାଇଁ ଏହି ତୀର୍ଥଯାତ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯୋଜନାରେ ଆଜି ସୁଦ୍ଧା 18000 ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରି ସାରିଛନ୍ତି ।

ଏହା ବି ପଢନ୍ତୁ...ETV Bharat Impact: ଅଭୟାରଣ୍ୟବାସୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ, ଏଥର ବଦଳିବ ଚିତ୍ର

ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଳା ପରିଷଦ ସଭାପତି କୁମଦିନୀ ନାୟକ, ଜିଲ୍ଲାପାଳ ଅନନ୍ୟା ଦାସ, ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ ଉପସ୍ଥିତ ରହି ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ । ସମ୍ବଲପୁର ରେଳ ଷ୍ଟେସନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ l ତୀର୍ଥଯାତ୍ରୀ ଯୋଜନାରେ 5 ଜଣ ବରିଷ୍ଠ ନାଗରିକଙ୍କୁ ଅତିଥିମାନଙ୍କ ଦ୍ଵାରା ଡମି ଟିକେଟ ଓ କିଟ ବ୍ୟାଗ ଦିଆଯାଇଥିଲା । ତୀର୍ଥଯାତ୍ରୀମାନେ 5 ଦିନ ଶିରିଡି-ନାଶିକ ଆଦି ବୁଲି 21 ମାର୍ଚ୍ଚରେ ଫେରିବେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details