ଓଡିଶା

odisha

By

Published : Apr 12, 2023, 4:36 PM IST

ETV Bharat / state

ଭାଗ୍ୟ ବଦଳାଇ ଦେଲା ସୂର୍ଯ୍ୟମୁଖୀ ଚାଷ, ସ୍ବାବଲମ୍ବୀ ହେଲେ ମହିଳା

ସୂର୍ଯ୍ୟମୁଖୀ ତୈଳବୀଜ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ମହିଳା । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିଛି ସୂର୍ଯ୍ୟମୁଖୀ ଚାଷ । ଅଧିକ ପଢନ୍ତୁ

sunflower farming by self helf group
ଭାଗ୍ୟ ବଦଳାଇ ଦେଲା ସୂର୍ଯ୍ୟମୁଖୀ ଚାଷ

ଭାଗ୍ୟ ବଦଳାଇ ଦେଲା ସୂର୍ଯ୍ୟମୁଖୀ ଚାଷ

ସମ୍ବଲପୁର:ସର୍ଯ୍ୟମୁଖୀ ତୈଳବୀଜ ଚାଷ କରୀ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା l ଯେଉଁ ମହିଳାମାନେ ଆଗରୁ ଘର ଚାରିକାନ୍ଥ ଭିତରେ ରହି କେଵଳ ଘର କାର୍ଯ୍ୟ କରୁଥିଲେ ଏବେ ସେମାନଙ୍କ ଆର୍ଥିକ ଅବସ୍ଥା ସୁଧୁରିଛି । ସେମାନଙ୍କ ମୁହିଁ ହସ ଫୁଟାଇଛି ସୂର୍ଯ୍ୟମୁଖୀ ଚାଷ । ପାରମ୍ପରିକ କୃଷି ଛାଡି ଏହି ମହିଳାମାନେ ଜିଲ୍ଲା ପ୍ରଶାସନ ସହାୟତାରେ ସୂର୍ଯ୍ୟମୁଖୀ ତୈଳବୀଜ ଚାଷ କରି ଏବେ ଏହି ସଫଳତା ପାଇଛନ୍ତି l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କତରବଗା ପଞ୍ଚାୟତର ଜେନାମାଲ ଓ ବନ୍ଧଟିକ୍ରା ଗାଁର ମହିଳା ସଫଳ ସୂର୍ଯ୍ୟମୁଖୀ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ଗାଁ ଉପକଣ୍ଠ ଏକରଏକର ଚାଷ ଜମିରେ ସୂର୍ଯ୍ୟମୁଖୀ ଫୁଲ ଦେଖିବାକୁ ମିଳିଛି l ଚାରିଆଡେ ହଳଦୀ ରଙ୍ଗର ସମ୍ଭାର l ଏହି ସୂର୍ଯ୍ୟମୁଖୀ ଚାଷକୁ କୌଣସି ପେସାଦାର ଚାଷୀ ଚାଷ କରିନାହାନ୍ତି ଏହାକୁ ଗାଁର କେତେକ ମହିଳା ନିଜ ଉଦ୍ୟମରେ ସଫଳତା ସହ ଚାଷ କରି କି ଦେଖେଇଛନ୍ତି l ଜେନାମାଳ ଓ ବନ୍ଦଟିକିରା ଗାଁର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀର 30 ଜଣ ମହିଳା ଏହି କାର୍ଯ୍ୟକୁ ସଫଳତା ସହ କରିଛନ୍ତି l ପ୍ରଥମେ ଯେଉଁ ମହିଳାମାନେ ଟଙ୍କା ପଇସା ପାଇଁ ସ୍ୱାମୀଙ୍କ ଉପରେ ନିର୍ଭର କରୁଥିଲେ ଏବେ ସେମାନେ ଗାଁ ମୁଣ୍ଡରେ ତିନି ଏକର ଜମି ଲିଜ୍‌ରେ ନେଇ ସୁନାର ଫସଲ ହସାଇଛନ୍ତି । ମାତ୍ର 3ମାସ ଭିତରେ ସୂର୍ଯ୍ୟମୁଖୀ ତୈଳବୀଜ ଚାଷ କରି ଦେଖାଇଛନ୍ତି l ଜିଲ୍ଲା ପ୍ରଶାସନର ଓଏଲଏମ ଓ ଓରମାସ ପକ୍ଷରୁ ତାଲିମ ନେବା ସହ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଞ୍ଜି ଓ ସାର ଆଣି ସଫଳତାର ସହ ଏହି ତୈଳବୀଜ ଚାଷ କରିଛନ୍ତି । ଏହାଦ୍ୱାରା ବାର୍ଷିକ ଭଲ ଆୟ କରୁଛନ୍ତି l ଏକର ପିଛା 15ରୁ 20 ହଜାର ଖର୍ଚ୍ଚ କରି 75 ହଜାର ପର୍ଯ୍ୟନ୍ତ ଆୟ କରୁଛନ୍ତି ମହିଳାମାନେ l ଏହାଦ୍ୱାରା ସେମାନେ ସାମାଜିକ କ୍ଷେତ୍ରରେ ନିଜର ସମ୍ମାନ ମଧ୍ୟ ବୃଦ୍ଧି କରି ପାରିଛନ୍ତି l


ଜିଲ୍ଲା ପ୍ରଶାସନର ଓଡିଶା ଲାଇଭ ହୁଡ ମିଶନ ଓ ଓରମାସ ପକ୍ଷରୁ ଗାଁର ଏହି 30 ଜଣ ମହିଳାଙ୍କୁ ଉଦ୍ୟାନ କୃଷି ବିଭାଗର ସହାୟତାରେ ସୂର୍ଯ୍ୟମୁଖୀ ତୈଳବୀଜ ଚାଷରେ ତାଲିମ ଦିଆ ଯାଇଥିଲା l ଏହାସହ ଏହି ମହିଳାମାନଙ୍କୁ ହାଣ୍ଡିଖତ, ଜୀବାମୃତ ତଥା ଵୀଜାମୃତ ତିଆରିର ପଦ୍ଧତି ଶିଖା ଯାଇଥିଲା l ପରବର୍ତ୍ତୀ ସମୟରେ କୃଷିମିତ୍ରଙ୍କ ଜରିଆରେ କ୍ରପ କ୍ୟାଲେଣ୍ଡର ମଧ୍ୟ ପ୍ରଦାନ କରାଯାଇ ପାରମ୍ପରିକ ଚାଷ ସହ ତୈଳବୀଜ ଓ ପନିପରିବା ଚାଷ କିପରି କରାଯାଇଥାଏ ସେନେଇ ପରାମର୍ଶ ମଧ୍ୟ ଦିଆଯାଇଥିଲା l ମହିଳାଙ୍କ ଦ୍ୱାରା ଉତ୍ପାଦିତ ତୈଳବୀଜକୁ ବିକ୍ରି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଜି ଗ୍ରୁପମାନଙ୍କୁ ନେଇ ଏକ କମ୍ପାନୀ ମଧ୍ୟ ପ୍ରତିଷ୍ଠା କରାଯାଇଛି l ଯେଉଁ କମ୍ପାନୀ ସହାୟତାରେ "ବାୟର-ସେଲର"ମିଟ କରାଯାଇ ମହିଳାଙ୍କ ଦ୍ୱାରା ଉତ୍ପାଦିତ ତୈଳବୀଜକୁ ଉଚିତ ମୂଲ୍ୟରେ ବିକ୍ରି କରାଯାଉଛି l ମହିଳାମାନଙ୍କ ଦ୍ବାରା ଏହି ଚାଷ କାର୍ଯ୍ୟ ଏବେ ସ୍ଥାନୀୟ ଅଞ୍ଚଳର ବହୁ ମହିଳାମାନଙ୍କୁ ପ୍ରେରଣା ଯୋଗାଉଛି l



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details