ସମ୍ବଲପୁର:୨୦୧୪-୧୫ ଓ ୨୦୧୬-୧୭ଶିକ୍ଷା ବର୍ଷରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଖେଳ ଖେଳାଯାଉଥିବା ଅଭିଯୋଗ ହୋଇଛି । ନାନା ସୁବିଧା ଦିଆଯିବ ବୋଲି ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି । ଏଠାରେ ନାମ ଲେଖାଇଥିବା ଅନୁସୂଚିତ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ସମୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ମାଗଣାରେ ରହିବା, ଖାଇବା, ବହିପତ୍ର, ପୋଷାକ, ହଷ୍ଟେଲରୁ ସ୍କୁଲ ଯିବା ଆସିବା ପାଇଁ ବସ୍ ସେବା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।
ପିଲାଙ୍କୁ ସୁବିଧା ଦେଉନି କେନ୍ଦ୍ରୀୟ ବିଦ୍ୟାଳୟ, ଚିନ୍ତାରେ ସମ୍ବଲପୁର ଅଭିଭାବକ - ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ବିରୁଦ୍ଧରେ ଅଭିଯୋଗ
ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇଥିବା ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ମୁତାବକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ଏବେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ କିଭଳି ବହନ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ । ଅଧିକ ପଢ଼ନ୍ତୁ
ପିଲାଙ୍କୁ ସୁବିଧା ଦେଉନି କେନ୍ଦ୍ରୀୟ ବିଦ୍ୟାଳୟ, ଚିନ୍ତାରେ ସମ୍ବଲପୁର ଅଭିଭାବକ
କିଛି ବର୍ଷ ପାଇଁ ଏହି ସୁବିଧା ମଧ୍ୟ ଯୋଗାଇ ଦିଆଗଲା । ତେବେ କୋଭିଡ କାଳ ପରେ ସ୍କୁଲ୍ରେ ଅଫ୍ ଲାଇନ କ୍ଲାସ ଆରମ୍ଭ ହେବା ପରଠୁ ଏହିସବୁ ମାଗଣା ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବର୍ତ୍ତମାନ ଅବିଭାବକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଆଜି(ସୋମବାର) ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଭାବକ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍କୁଲ୍ ସୁବିଧା ଦେଉନଥିବାରୁ ଅଭିଭାବକ ପିଲାଙ୍କ ଖର୍ଚ୍ଚ ଉଠାଇବାକୁ ଅସର୍ମଥ ହୋଇ ପଡ଼ିଛନ୍ତି ।