ସମ୍ବଲପୁର:ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି । ଏହି ଦାବି କରିଛି ସୋସିଆଲ ଆଣ୍ଡ କଲଚରାଲ ଆଡଭାନ୍ସ ନେଟୱାର୍କ(scan) । ଶନିବାର ସମ୍ବଲପୁର ଭିଏସଏସ ମାର୍ଗସ୍ଥିତ ଏକ ହୋଟେଲରେ ସ୍କାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ ଏହି ଦାବି ଉପସ୍ଥାପନ ହୋଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଦସ୍ତଖସ୍ତ ଅଭିଯାନ ଆରମ୍ଭ କରିବ ସଙ୍ଗଠନ ।
ଆସନ୍ତାକାଲି ବା ସ୍ବାଧୀନତା ଦିବସରେ ଏହି ଅଭିଯାନର ଶୁଭାରମ୍ଭ ହେବ । ଯାହା ୨୦୨୨ ଜାନୁଆରୀ ୧୫ ଯାଏଁ ଚାଲିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରୁ ଏହାର ଶୁଭାରମ୍ଭ କରାଯିବ ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି ।