ଓଡିଶା

odisha

ETV Bharat / state

ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ଦାବି, ଡିସେମ୍ବର ୬ରେ ଦିଲ୍ଲୀରେ ହେବ ଆନ୍ଦୋଳନ - ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ

ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ଦାବି । ଆସନ୍ତା ଡିସେମ୍ବର ୬ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତରରେ ହେବ ଆନ୍ଦୋଳନ । ଅଧିକ ପଢନ୍ତୁ

ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ, ଡିସେମ୍ବର ୬ରେ ଦିଲ୍ଲୀରେ ହେବ ଆନ୍ଦୋଳନ
ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ, ଡିସେମ୍ବର ୬ରେ ଦିଲ୍ଲୀରେ ହେବ ଆନ୍ଦୋଳନ

By

Published : Nov 27, 2022, 7:38 PM IST

ସମ୍ବଲପୁର: ଏଣିକି ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ପାଇଁ ଦିଲ୍ଲୀରେ ହେବ ଆନ୍ଦୋଳନ (Demand for Separate Hirakhand State) । ଆସନ୍ତା ଡିସେମ୍ବର ୬ ତାରିଖରେ ସମ୍ବଲପୁରର ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ଦିଆଯିବ ଧାରଣା । ଏଥିପାଇଁ ଆଜି (ରବିବାର) ସମ୍ବଲପୁରରେ ଏକ ସଚେତନତା ବାଇକ ଶୋଭାଯାତ୍ରା କରାଯାଇଛି ।

ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ, ଡିସେମ୍ବର ୬ରେ ଦିଲ୍ଲୀରେ ହେବ ଆନ୍ଦୋଳନ

ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ତଥା ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ଦାବି ହୋଇଛି । ଏ ନେଇ ଆସନ୍ତା ୬ ତାରିଖରେ ରାଜଧାନୀ ଦିଲ୍ଲୀର ଯନ୍ତର ମନ୍ତର ଠାରେ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ଧାରଣା ଦଆଯିବ । ଏନେଇ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ହୀରାଖଣ୍ଡ ସାମୁଖ୍ୟ ଓ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ସଦସ୍ୟ ମାନେ ପୂଜାର୍ଚ୍ଚନା କରିଛନ୍ତି । ଏହି ଆନ୍ଦୋଳନରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ- Cooch Behar Trophy: ଓଡିଶା ୧୯୪ରେ ଅଲ୍‌ ଆଉଟ୍‌, ହରିୟାଣା ୭୮/୦

ଆସନ୍ତା ୬ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ହେବାକୁ ଥୁବା ଏହି ଧାରଣାରେ ବହୁ ସଂଖ୍ୟାରେ ଲୋକ ଯେମିତି ସାମିଲ ହେବେ ସେନେଇ ଆଜି ସମଲେଶ୍ବରୀ ମନ୍ଦିରରୁ ବାଇକ ସଚେତନତା ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରାଯାଇଥିଲା । ଆସନ୍ତା ୩ ତାରିଖରେ ସମ୍ବଲପୁରରୁ ପ୍ରାୟ ୧୦୦ ଜଣ ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦିଲ୍ଲୀ ଅଭିମୁଖେ ବାହାରିବେ । ଏହା ସହ ଦିଲ୍ଲୀରେ ହେବାକୁ ଥିବା ଏହି ଧାରଣାରେ ବେଙ୍ଗାଲୁରୁ ଓ ଅନ୍ୟ କେତେକ ଜିଲ୍ଲାର ବ୍ୟକ୍ତି ମଧ୍ୟ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details