ଓଡିଶା

odisha

ETV Bharat / state

ସମ୍ବଲପୁରୀ ଦିନରେ ଦୁଲୁକିଲା ସମ୍ବଲପୁର - ସମ୍ବଲପୁରୀ ଦିବସ

ବାଜୁଥିଲା ସମ୍ବଲପୁରୀ ବାଜା, ମହକୁଥିଲା ସମ୍ବଲପୁରୀ ଖାଦ୍ୟର ବାସ୍ନା । ରଙ୍ଗବେରଙ୍ଗର ସମ୍ବଲପୁରୀ ପୋଷାକରେ ଚତୁରଦ୍ଦିଗ ଥିଲା ରଙ୍ଗମୟ । ଅବସର ଥିଲା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ । ଆଉ ଉତ୍ସବର ମାହୋଲ ଥିଲା ସମ୍ବଲପୁର ସହର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Aug 1, 2019, 11:29 PM IST

ସମ୍ବଲପୁର: ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ ସମ୍ବଲପୁରରେ ଧୁମଧାମରେ ପାଳିତ ହେଉଛି ସମ୍ବଲପୁରୀ ଦିବସ । ପ୍ରଖ୍ୟାତ ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ଗତ 3 ବର୍ଷ ହେଲା ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଆସୁଛି ସମ୍ବଲପୁରୀ ଦିନ। ସମ୍ବଲପୁର ତଥା ପଶ୍ଚିମାଞ୍ଚଳର କଳା , ସଂସ୍କୃତି, ଖାଦ୍ୟ, ପାନୀୟ ଭାଷାର ପ୍ରଚାର ପ୍ରସାର କରିବା ସହ ଯୁବପିଢିଙ୍କୁ ଏହି ବିଷୟରେ ଅବଗତ କରାଇବା ଲକ୍ଷ୍ୟ ନେଇ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଏହା ଅୟୋଜିତ ହୋଇଆସୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ଅଗଷ୍ଟ 1 ତାରିଖ ମାନେ ସମ୍ବଲପୁରୀ ଦିନ। ବିଗତ 3 ବର୍ଷ ହେଲା ଏହି ଦିନରେ ପାଳିତ ହେଉଛି ସମ୍ବଲପୁରୀ ଦିନ। ଆଜି ସମ୍ବଲପୁରର କଚେରୀ ଛକରୁ ଜେଲ ଛକକୁ ସଂଲଗ୍ନ କରୁଥିବା ରାସ୍ତାରେ ଆୟୋଜିତ ହୋଇଥିଲା ସମ୍ବଲପୁରୀ ଦିବସ । ଗୋଟିଏ ସ୍ଥାନରେ ସମ୍ବଲପୁରୀ କଳା ସଂସ୍କୃତି, ନୃତ୍ୟ ଗୀତର ମଜା ନେବା ସହ ପାରମ୍ପରିକ ଖାଦ୍ୟ ପାନୀୟର ମଜା ନେଇଛନ୍ତି ଲୋକେ।


ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଉତ୍ସବରେ ଯୋଗଦେଇଥିବା ହଜାର ହଜାର ଲୋକ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ଆଉ ବିଭିନ୍ନ ସୁ-ସ୍ବାଦୁ ଖାଦ୍ୟ ଷ୍ଟଲ ଗୁଡିକରେ ମିଳୁଥଲା ପଶ୍ଚିମାଞ୍ଚଳର ଖାଦ୍ୟ ଯେଉଁଥିରେ ଥିଲା ଲେଥା, ଭୁଜା, ରାଗ ଚନା, ଆରିଷା ପିଠା, ସୁଜି ପିଠା, ମଣ୍ଡାପିଠା, ଚାଉଳ ବରା ସହ ବହୁ ଖାଦ୍ୟ ପଦାର୍ଥ । ଆଉ ଏହି ଖାଦ୍ୟ ପାନୀୟ ସହିତ ଚାଲିଥିଲା ସମ୍ବଲପୁର ତଥା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଲୋକକଳା, ନାଚ ଗୀତର ଆସର ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ , ବିଶିଷ୍ଟ ଗାୟକ ତଥା ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲଙ୍କ ସହ ଅନେକ ବ୍ୟକ୍ତି । ସ୍ଥାନୀୟ କଳାକାର ମାନେ ଏହି ମଞ୍ଚରେ ନିଜର ପ୍ରତିଭାର ପ୍ରଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ବିମୋହିତ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ନୃତ୍ୟଗୁରୁ ଶ୍ରୀ ରଞ୍ଜିତ ନାଗ ଙ୍କୁ ସମ୍ମାନିତ କରାଯାଇଥିଲା।


ସମ୍ବଲପୁରରୁ ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details