ସମ୍ବଲପୁର : ସମ୍ବଲପୁର ଚିଡିଆଖାନାକୁ ଆସିଲେ ନୂଆ ଅତିଥି l କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ଅନୁମତି କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସମ୍ବଲପୁର ଚିଡିଆଖାନା ମଧ୍ୟରେ ହୋଇଥିବା ଏକ ବନ୍ୟପ୍ରାଣୀ ଅଦଳ ବଦଳ କାର୍ଯ୍ୟକ୍ରମର ଚୁକ୍ତି କରାଯାଇଥିଲା । ଏହି ଚୁକ୍ତି ଅନୁସାରେ ଗତ ସୋମବାର ଦିନ ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସମ୍ବଲପୁର ଚିଡିଆଖାନାକୁ 8 ଗୋଟି Black Buck ବା କୃଷ୍ଣସାର ମୃଗ ଆସିଛନ୍ତି । ଏଥିରେ 4 ଟି ମାଇ ଏବଂ 4 ଟି ଅଣ୍ଡିରା ମୃଗ ଅଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର 10 ଜଣିଆ କର୍ମଚାରୀ ଦଳ କୃଷ୍ଣସାର ମୃଗକୁ ନେଇ ସମ୍ବଲପୁର ଯାଇଥିଲେ । ଅନ୍ୟପଟେ ପ୍ରତିବଦଳରେ ସମ୍ବଲପୁର ଚିଡିଆଖାନାରୁ 7 ଗୋଟି ଚଉସିଙ୍ଗା ହରିଣ (2 ଅଣ୍ଡିରା ଓ 5 ମାଈ ) ଓ 5 ଗୋଟି ସମ୍ବର (2 ଅଣ୍ଡିରା ଓ 3 ମାଈ ) ଭୁବନେଶ୍ବର ସ୍ଥିତ ନନ୍ଦନକାନନ ଚିଡ଼ିଆଖାନାକୁ ପଠାଯିବାର ଯୋଜନା ରହିଛି l ସେହିପରି ଆଗାମୀ ଦିନରେ 8 ଗୋଟି ନୀଳ ଗାଇ (4 ମାଈ ଓ 4 ଅଣ୍ଡିରା ) ଏବଂ 8 ଗୋଟି କୁଜି ହରିଣ (4 ମାଈ ଓ 4 ଅଣ୍ଡିରା ) ସମ୍ବଲପୁର ଚିଡ଼ିଆଖାନାକୁ ଆସିବାର ଯୋଜନା ରହିଛି l
ଏହା ମଧ୍ୟ ପଢନ୍ତୁ...ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ, ମୋତିଝରଣ ଡିଅର ପାର୍କ ହେଲା ସମ୍ବଲପୁର ଚିଡ଼ିଆଖାନା