ଓଡିଶା

odisha

ETV Bharat / state

ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ - diwali celebration with orphanage children

ଆଲୋକର ପର୍ବ ଦୀପାବଳିକୁ ନେଇ ପୁରପଲ୍ଲୀ ଉତ୍ସବମୁଖର । ଏଭଳି ସ୍ଥିତିରେ ସମ୍ବଲପୁରର ଯୁବଗୋଷ୍ଠୀ ନିଆରା ଉପାୟରେ ପାଳନ କରିଛନ୍ତି ଏହି ପର୍ବ । ଅଧିକ ପଢ଼ନ୍ତୁ...

ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ
ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ

By

Published : Nov 4, 2021, 10:51 PM IST

Updated : Nov 4, 2021, 11:01 PM IST

ସମ୍ବଲପୁର: ଆଲୋକର ପର୍ବ ଦୀପାବଳିକୁ ନେଇ ପୁରପଲ୍ଲୀ ଉତ୍ସବମୁଖର । ଏଭଳି ସ୍ଥିତିରେ ସମ୍ବଲପୁରର ଯୁବଗୋଷ୍ଠୀ ନିଆରା ଉପାୟରେ ପାଳନ କରିଛନ୍ତି ଏହି ପର୍ବ । ସ୍ୱାଭିମାନ ସମ୍ବଲପୁର ସଂଗଠନର ଏହି ଯୁବକମାନେ ବାଣ ଫୁଟାଇବା ପରିବର୍ତ୍ତେ ଅସହାୟ ଶିଶୁଙ୍କ ମୁହଁରେ ଟିକିଏ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି । ଗୋବିନ୍ଦତୋଳାର ଆନନ୍ଦ ମାର୍ଗ ଗୁରୁକୁଳ ଛାତ୍ର ନିବାଶ ଆଶ୍ରମରେ ଥିବା ପିଲାଙ୍କ ସହ ଏଭଳି ଦୀପାବଳି ପାଳିଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନର ଯୁବକ।

ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ
ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ
ବାଣ ଫୁଟେଇବା ପରିବର୍ତ୍ତେ ହସ ଫୁଟାଇବା ଶ୍ରେୟସ୍କର ବୋଲି କହିଛନ୍ତି ଏହି ଯୁବଗୋଷ୍ଠୀ । ଆଶ୍ରମର ପିଲାଙ୍କୁ ନେଇ ଏକ କୀର୍ତ୍ତନ କାର୍ଯ୍ୟକ୍ରମ କରିବା ସହ, ମିଠା ଖିଆ ପ୍ରତିଯୋଗିତା ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜନ କରାଇଥିଲେ ସ୍ୱାଭିମାନ ସମ୍ବଲପୁର ସଙ୍ଗଠନ ଏହି ଯୁବଗୋଷ୍ଠୀ ।
ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ

ଏହି କାର୍ଯ୍ୟକ୍ରମକୁ ଉପଭୋଗ କରି ଖୁସି ଜାହିର କରିଛନ୍ତି ଆଶ୍ରମର ଅନ୍ତେବାସୀ । ପର୍ବପର୍ବାଣୀରେ ପରିବାର ବିନା ନିଜକୁ ଏମାନେ ଅସହାୟ ନମଣନ୍ତି ତାହାକୁ ନେଇ ଚେଷ୍ଟା କରିଥିଲା ଏହି ଯୁବଗୋଷ୍ଠୀ । ଆୟୋଜିତ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପିଲାମାନଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ ସ୍ୱାଭିମାନ ସମ୍ବଲପୁରର ଏହି ଯୁବଗୋଷ୍ଠୀ ।

ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Nov 4, 2021, 11:01 PM IST

ABOUT THE AUTHOR

...view details