ସମ୍ବଲପୁର:ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ଉଠୁଛି ପଡୁଛି ରାଜ୍ୟ । ରାଜ୍ୟ ରାଜନୀତିରେ ଏହି ମାୟାବିନୀ ଏବେ ହଟଚମଟ ସୃଷ୍ଟି କରିଛି । ଅନେକ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିବାବେଳେ, ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଛି । ବିରୋଧି ଶିବିରର ମଧ୍ୟ ଏକାଧିକ ନେତାଙ୍କ ସହ ଲିଙ୍କରେ ଥିଲେ ଅର୍ଚ୍ଚନା । ଏତେ ସବୁ ପରେବି ଏହି ଘଟଣାରେ ତଦନ୍ତ ଆଗକୁ ବଢୁନଥିବାରୁ କଂଗ୍ରେସ ଓ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ଆଜି(ଶୁକ୍ରବାର) ସମ୍ବଲପୁରରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅର୍ଚ୍ଚନା ନାଗ କେଳେଙ୍କାରୀ ପଛରେ ଥିବା ମହାନାୟକଙ୍କ ସମ୍ପୃକ୍ତିର ପର୍ଦାଫାଶ ଦାବିରେ ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାରଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ଫ୍ଲାଗ କାର୍ଡ ଧରି ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ଏହା ସହ ସରକାରୀ କଳର ଦୁରୁପୋଯୋଗ କରି ରାଜ୍ୟ ସରକାରଙ୍କ ବହୁ ନେତା, ମନ୍ତ୍ରୀ, ବିଧାୟକ, କାର୍ଯ୍ୟକର୍ତ୍ତା ତଥା ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାରେ ପ୍ରତ୍ୟେକ୍ଷ ଅଥବା ପରୋକ୍ଷରେ ସାମିଲ ଥିବାର ଅଭିଯୋଗ କରିଛି ଯୁବ କଂଗ୍ରେସ । ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି ।
ଏହା ମଧ୍ୟ ପଢନ୍ତୁ-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ବାନ୍ଧିଲା ପୋଲିସ