ଓଡିଶା

odisha

By

Published : Aug 12, 2023, 9:35 PM IST

ETV Bharat / state

କଟିଗଲା ଯୁବକଙ୍କ ଆଙ୍ଗୁଠି, ଯୋଡିବାକୁ କହି ପେଟ ଭିତରେ ରଖିଲେ ଡାକ୍ତର !

କଟିଯାଇଥିବା ଆଙ୍ଗୁଠିକୁ ଯୋଡ଼ିବାକୁ କହି ପେଟରେ ପୁରାଇଲେ ଡାକ୍ତର । ପରେ ପେଟ ଭିତରେ ସଂକ୍ରମଣ ହେବା ସହ ଆଙ୍ଗୁଠି ଯୋଡ଼ି ହୋଇପାରିନଥିବା ଅଭିଯୋଗ କରିଛନ୍ତି ସମ୍ବଲପୁର ଯୁବକ । ଅଧିକ ପଢନ୍ତୁ

Etv Bharat
Etv Bharat

ଯୋଡିବାକୁ କହି ପେଟ ଭିତରେ ରଖିଲେ ଡାକ୍ତର

ସମ୍ବଲପୁର:ବାଇକ ଧୋଉଥିବା ସମୟରେ କଟିଯାଇଥିଲା ଯୁବକଙ୍କ ଆଙ୍ଗୁଠି । ଆଉ କଟା ଆଙ୍ଗୁଠିକୁ ଯୋଡ଼ିବାକୁ କହି ଡାକ୍ତରଖାନାରେ ପହଞ୍ଚିଥିଲେ ଯୁବକ । ହେଲେ ଡାକ୍ତର କଟା ଆଙ୍ଗୁଠିକୁ ଯୋଡ଼ିବାକୁ ପେଟରେ ଆଙ୍ଗୁଠିକୁ ରଖିଥିଲେ । ଶେଷରେ ଏହି କଟା ଆଙ୍ଗୁଠିଟି ପେଟରେ ସଂକ୍ରମିତ ହେବା ପରେ ନଷ୍ଟ ହୋଇଥିଲା । ଶେଷରେ ଆଙ୍ଗୁଠିକୁ ଆଉ ଯୋଡ଼ିବାରେ ଡାକ୍ତର ସକ୍ଷମ ହୋଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ହୀରାକୁଦ କଲୋନୀ ଅଞ୍ଚଳର ଜଣେ ଯୁବକ ରାୟପୁର ସହରର ଏକ ଘରୋଇ ହସ୍ପିଟାଲ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ସହରର ‌ହୀରାକୁଦ କଲୋନୀର ଜଣେ ଯୁବକଙ୍କ ଚିକିତ୍ସା ପାଇଁ ଭୁଲ ଅସ୍ତ୍ରୋପଚାର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଯୁଵକଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସମ୍ବଲପୁର ସହରର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ହୀରାକୁଦ କଲୋନୀରେ ରହୁଥିବା ୨୩ ବର୍ଷୀୟ ଯୁବକ ସନତ କୁମାର ମହାନ୍ତି ନିଜର ବାଇକ ଧୋଉଥିବା ବେଳେ ଚେନରେ ଫସିଯାଇଥିଲା । ଫଳରେ ତାଙ୍କର ହାତର ଆଙ୍ଗୁଠି କଟିଯାଇଥିଲା । ଏହାପରେ କଟା ଆଙ୍ଗୁଠିକୁ ଧରି ପ୍ରଥମେ ସମ୍ବଲପୁର ମେଡିକାଲ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଭିମସାର ବଡ଼ ମେଡିକାଲକୁ ନିଆଯାଇଥିଲା ।

ଏହା ବି ପଢନ୍ତୁ- ଏସସିବିରେ ସଫଳ ଅସ୍ତ୍ରୋପଚାର: ଯୁବକଙ୍କ ହାତ ହାଣିଦେଲେ ଦୃର୍ବୃତ୍ତ, ଯୋଡ଼ିଦେଲେ ଡାକ୍ତର

ତେବେ ଭିମସାର ମେଡିକାଲର ଡାକ୍ତର ଏଠାରେ କଟା ଆଙ୍ଗୁଠି ଯୋଡିବାର କୌଣସି ବ୍ୟବସ୍ଥା ନାହିଁ କହି ୬ ଘଣ୍ଟା ଭିତରେ କଟକ ଅଥବା ରାୟପୁରକୁ ଯିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ରାୟପୁର ସହରର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ଯୁବକଙ୍କ ଆଙ୍ଗୁଠିର ଚିକିତ୍ସା ପାଇଁ ଭୁଲ ଅସ୍ତ୍ରୋପଚାର କରାଯାଇଥିବା ନେଇ ଆଜି ଯୁବକ ଓ ଯୁଵକଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏପରିକି ଯୁବକଙ୍କ କଟିଥିବା ହାତର ଆଙ୍ଗୁଠିକୁ ପେଟରେ ଅସ୍ତ୍ରୋପଚାର କରାଯାଇ ଭର୍ତ୍ତି କରାଯାଉଥିବାର ଅଭିଯୋଗ ହୋଇଛି ।

ଫଳରେ ଆଙ୍ଗୁଠି ସଂକମ୍ରିତ ହେବା ସହ ଯୁଵକଙ୍କ ଆଙ୍ଗୁଠି ମଧ୍ୟ ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ଏହାସହ ମୋଟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଆଜି ଯୁଵକଙ୍କ ପରିବାର ଲୋକେ ରାୟପୁରର ଏହି ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା କରାଯାଇ ଯୁଵକଙ୍କ ଆଙ୍ଗୁଠି ନଷ୍ଟ ହେବା ସହ ତାଙ୍କର ପେଟ ମଧ୍ୟ ସଙ୍କମ୍ରିତ ହୋଇଥିବା ଅଭିଯୋଗ କରି ହସ୍ପିଟାଲ ବିରୁଦ୍ଧରେ ଖାଉଟି ଅଦାଲତରେ କେସ କରିବେ ବୋଲି କହିଛନ୍ତି । ସେଠାରେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ କ୍ଷତିପୂରଣ ପ୍ରଦାନ ପାଇଁ ସେ ଅପିଲ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details