ସମ୍ବଲପୁର: ଔଷଧୀୟ ବୃକ୍ଷ ଓ ଏହାର ଘରୋଇ ଉପଚାର ଉପରେ ଆଧାରିତ ପୁସ୍ତକ ଲେଖିଲେ ସମ୍ବଲପୁରର କେତେକ ଯୁବ କୃଷି ବୈଜ୍ଞାନିକ । ପୂର୍ବରୁ ବୃକ୍ଷର ସ୍ପନ୍ଦନ ମାପିବାକୁ ରିଦମୋମିଟର ଯନ୍ତ୍ର ଉଦ୍ଭାବନ କରିଥିବା ଏହି ବୈଜ୍ଞାନିକ ମାନେ ବର୍ତ୍ତମାନ ଏହି ପୁସ୍ତକ ରଚନା କରିଥିବା ବେଳେ ଏହାକୁ ସମ୍ବଲପୁରର ଜଣାଶୁଣା କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା ଉନ୍ମୋଚନ କରିଛନ୍ତି ।
ଔଷଧୀୟ ବୃଷ ଓ ଘରୋଇ ଉପଚାର ଉପରେ ଆଧାରିତ ପୁସ୍ତକ ଲେଖିଲେ ସମ୍ବଲପୁରର 3 କୃଷି ବୈଜ୍ଞାନିକ । ଆମ ଆଖପାଖରେ ଥିବା ଔଷଧୀୟ ବୃକ୍ଷ ଓ ଏହା କେଉଁ ରୋଗରେ କାମ ଆସେ ଏନେଇ ବହୁ ଲୋକ ଅନଭିଜ୍ଞ । ତେଣୁ ଏହି ସବୁ ଉପରେ ଲୋକଙ୍କୁ ସୂଚନା ଦେବା ଉଦ୍ଦେଶ୍ୟରେ ସମ୍ବଲପୁରର 3 ଜଣ ଯୁବ ବୈଜ୍ଞାନିକ ଅକ୍ଷୟ କୁମାର ମିଶ୍ର,ଐଶ୍ୱର୍ଯ୍ୟ ଖମାରୀ ଓ ଦେବାଶିଷ ଗରତିଆ ଏହି ପୁସ୍ତକ ଲେଖିଛନ୍ତି । ଏହାର ନାମ " Advances in Herbal Pharmacy' ।