ଓଡିଶା

odisha

ETV Bharat / state

Sambalpur Violence: ପୂର୍ବ ପ୍ରାୟୋଜିତ ହିଂସା: କେନ୍ଦ୍ରୀୟ ବିଜେପି

ବିଜେପିର ଯାଞ୍ଚ ସମିତି ଅଭିଯୋଗ କରିଛି ରାଜ୍ୟ ସରକାରଙ୍କ ଅଳ୍ପ ସଂଖ୍ୟକ ତୁଷ୍ଟିକରଣ ନୀତି ଯୋଗୁଁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏଠାରେ ଜିହାଦୀ ତତ୍ତ୍ବ ରହୁଥିବାରୁ ଏହି ଦଙ୍ଗା ଘଟଣାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା NIAକୁ ଦିଆଯାଉ ବୋଲି ଦାବି କରିଛନ୍ତି ବ୍ରିଜଲାଲ । ଅଧିକ ପଢନ୍ତୁ

By

Published : May 2, 2023, 8:09 PM IST

ପୂର୍ବ ପ୍ରାୟୋଜିତ ହିଂସା: କେନ୍ଦ୍ରୀୟ ବିଜେପି
ପୂର୍ବ ପ୍ରାୟୋଜିତ ହିଂସା: କେନ୍ଦ୍ରୀୟ ବିଜେପି

ପୂର୍ବ ପ୍ରାୟୋଜିତ ହିଂସା: କେନ୍ଦ୍ରୀୟ ବିଜେପି

ସମ୍ବଲପୁର: ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ହିଂସା ଘଟଣାର ତଦନ୍ତ ନେଇ ଆଜି କେନ୍ଦ୍ରୀୟ ବିଜେପି ସାଂସଦଙ୍କ ଯାଞ୍ଚ ସମିତି ସମ୍ବଲପୁରରେ ତଦନ୍ତ କରିଛି । ସକାଳ 9 ଟାରେ ଏହି ଟିମ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁର ହନୁମାନ ଜନ୍ମ ଉତ୍ସବ ଦିନ ଘଟିଥିବା ହିଂସା ର ପ୍ରାଣ ହରାଇଥିବା ଆଦିବାସୀ ଯୁବକ ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ଘରକୁ ଯାଇଥିଲେ l କିନ୍ତୁ ମୃତ ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ଘରେ କେହି ନଥିଲେ ଘରେ ତାଲା ଝୁଲୁଥିଲା l ପରେ ଏହି ଟିମ ସ୍ଥାନୀୟ ଲୋକଙ୍କୁ ଭେଟି ସେଦିନର ଘଟଣା ନେଇ ଆଲୋଚନା କରିଥିଲେ l ସ୍ଥାନୀୟ ଲୋକ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କ ଖୋଜ ଖବର ନଥିବା କହିଛନ୍ତି l

ଏହାବି ପଢନ୍ତୁ- Puri News: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ରଞ୍ଜନ କୁମାର ଦାସ

ଯାଞ୍ଚ ସମିତି ଆଗରେ ମୃତକଙ୍କ ମୃତଦେହ ଗାଁ କୁ ଅଣାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଆଦିବାସୀ ରୀତିନୀତି ଅନୁସାରେ ମୃତଦେହ ସତ୍କାର ହୋଇନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ଜାହିର କରିଛନ୍ତି l ଏହି ଟିମରେ ଉତ୍ତର ପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜ ଲାଲ, ଝାରଖଣ୍ଡ ରାଜ୍ୟ ସଭା ସାଂସଦ ସମୀର ଓରାମ, ପଶ୍ଚିମ ବଙ୍ଗ ପୁରୁଳିଆର ସାଂସଦ ଜ୍ୟୋତିର୍ମୟ ସିଂ ମାହାତୋ ଥିବା ବେଳେ ସ୍ଥାନୀୟ ବିଜେପି ନେତା ବୃନ୍ଦ ମଧ୍ୟ ଏହି ଟିମ ସହ ଅଛନ୍ତି l

ପରେ ଏହି ଟିମ ହିଂସାରେ ଆହତ ଭବାନୀପାଲି ଗାଁର କାଳିଆ ଶିକ୍କାଙ୍କୁ ଭେଟି ସେହି ଦିନର ସବୁ ଘଟଣା ନେଇ ପଚରା ଉଚୁରା କରିବା ସହ ଆଲୋଚନା କରିଥିଲେ । ଏହା ପରେ ଟିମ ସର୍କିଟ ହାଉସ ଠାରେ ସମ୍ବଲପୁରର ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନଙ୍କ ସହ ଆଲୋଚନା କରି ସମ୍ବଲପୁରରେ ଘଟିଥିବା ଅଭାବନୀୟ ପରିସ୍ଥିତି ନେଇ ଆଲୋଚନା କରିଥିଲେ । ଏହା ପରେ ସମ୍ବଲପୁର ଭିଏସଏସ ମାର୍ଗରେ ଥିବା ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି, ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଘଟିଥିବା ଘଟଣାର ବର୍ଣ୍ଣନା କରିଥିଲେ । ବିଜେପିର ଯାଞ୍ଚ ସମିତି ଅଭିଯୋଗ କରିଛି ରାଜ୍ୟ ସରକାରଙ୍କ ଅଳ୍ପ ସଂଖ୍ୟକ ତୁଷ୍ଟିକରଣ ନୀତି ଯୋଗୁଁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏଠାରେ ଜିହାଦୀ ତତ୍ତ୍ବ ରହୁଥିବାରୁ ଏହି ଦଙ୍ଗା ଘଟଣାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା NIAକୁ ଦିଆଯାଉ ବୋଲି ଦାବି କରିଛନ୍ତି ବ୍ରିଜଲାଲ । ଜିଲ୍ଲା ପୋଲିସ ସ୍ବର୍ଗତ ଚନ୍ଦ୍ର ମଣି ମିର୍ଦ୍ଧାଙ୍କ ପରିବାରକୁ ହଠାତ ଗାଏବ କରିଦେବା ବିଡ଼ମ୍ବନାର ବିଷୟ ବୋଲି କହିବା ସହ ରାଜ୍ୟ ବିଜେଡି ସରକାର ପଶ୍ଚିମବଙ୍ଗ ସରକାରଙ୍କ ଜେରକ୍ସ କପି ବୋଲି କମିଟି ସଦସ୍ୟ କହିଛନ୍ତି । ଆବଶ୍ୟକ ପଡ଼ିଲେ ବିଧାନସଭା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବିଜେପି ବୋଲି ନିଷ୍ପତ୍ତି ନେଇପାରେ ବୋଲି କହିଛନ୍ତି କମିଟି ଅଧକ୍ଷ । ଚନ୍ଦ୍ର ମିର୍ଦ୍ଧାର ପରିବାରକୁ ଗାଏବ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ରହିଛି ବୋଲି ମଧ୍ୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଯାଞ୍ଚ ସମିତି ଅଧ୍ୟକ୍ଷ ଓଡିଶା ପୋଲିସ ଉତ୍ତରପ୍ରଦେଶ ପୋଲିସ ଠାରୁ କିଛି ଶିଖୁ ବୋଲି ପରାମର୍ଶ ଦେଇଛନ୍ତି । ମୃତ ଚନ୍ଦ୍ର ମିର୍ଦ୍ଧାଙ୍କ ପରିବାର କୁ ଜାତି ର ବିଭିନ୍ନ ପରମ୍ପରା ନିଭେଇବା ପାଇଁ ସେମାନଙ୍କ ଗାଁ କୁ ଛଡ଼ାଯାଉନଥିବା ଜଣାପଡ଼ିଛି ବୋଲି କମିଟି ଅଧକ୍ଷ ବ୍ରିଜଲାଲ କହିଛନ୍ତି । ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ମୃତ୍ୟୁ ପରର କ୍ରିୟା କର୍ମ ରୀତିନୀତି ଅନୁସାରେ ହୋଇ ନଥିବାରୁ ସଠିକ ସମୟରେ ଏହା ହୋଇ ନପାରିଲେ ଆଗକୁ ସାରା ଦେଶର ଆଦିବାସୀ ସମାଜ ଏହା କରିବାକୁ ଆଗେଇ ଆସିବ ବୋଲି ଏହି ଟିମ କହିଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details