ଓଡିଶା

odisha

10 ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ଭିଜିଲାନ୍ସ ଇନ୍ସପେକ୍ଟର

By

Published : May 13, 2022, 7:30 PM IST

Updated : May 13, 2022, 10:28 PM IST

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର । 10 ଲକ୍ଷ ଲାଞ୍ଚ ନେବା ଅଭିଯୋଗରେ ଧରାପଡିଲେ ସମ୍ବଲପୁର ଭିଜିଲାନ୍ସ ଅଫିସରେ କାର୍ଯ୍ୟରତ ଇନସ୍ପେକ୍ଟର ମାନସୀ ଜେନା । ଅଧିକ ପଢନ୍ତୁ

10 ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ଭିଜିଲାନ୍ସ ଇନ୍ସପେକ୍ଟର
10 ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ଭିଜିଲାନ୍ସ ଇନ୍ସପେକ୍ଟର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର । ସମ୍ବଲପୁର ଭିଜିଲାନ୍ସ ଅଫିସରେ କାର୍ଯ୍ୟରତ ଇନସ୍ପେକ୍ଟର ମାନସୀ ଜେନା ଆଜି ବରଗଡ଼ର ଜଣେ ବ୍ୟକ୍ତିଙ୍କ ଠାରୁ 10 ଲକ୍ଷ ଲାଞ୍ଚ ନେବା ଅଭିଯୋଗରେ ଧରାପଡିଛନ୍ତି । ଆଜି(ଶୁକ୍ରବାର) ମାନସୀ ଜେନାଙ୍କ ସରକାରୀ ବାସଭବନରେ ରାଜ୍ୟ ଭିଜିଲାନ୍ସର ଇଣ୍ଟରନାଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଛି ।

10 ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ଭିଜିଲାନ୍ସ ଇନ୍ସପେକ୍ଟର
ସୂଚନା ଅନୁଯାୟୀ, ମାନସୀ ଜେନାଙ୍କ ମୋତିଜିରା ଅଞ୍ଚଳର ସରକାରୀ ବାସଭବନରେ ଚଢାଉ ଜାରିରଖିଛି ଭିଜିଲାନ୍ସ । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ମୁକେଶ ସାହୁ ନାମକ ଜଣେ ବେସରକାରୀ ବ୍ୟକ୍ତିଙ୍କ ଜରିଆରେ 10 ଲକ୍ଷ ଲାଞ୍ଚ ନେଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ଖବର ଲେଖାହେବା ସୁଦ୍ଧା ମାନସାଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଥିଲା । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : May 13, 2022, 10:28 PM IST

ABOUT THE AUTHOR

...view details