ଓଡିଶା

odisha

ETV Bharat / state

ଛାତ୍ରୀଙ୍କୁ ନିର୍ଯାତନା ପଡ଼ିଲା ମହଙ୍ଗା, ସହକାରୀ ଅଧ୍ୟାପକ ନିଲମ୍ବିତ - student tortured by assistant professor

ଛାତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ଜଣେ ସହକାରୀ ପ୍ରଫେସର ନିଲମ୍ବିତ ହୋଇଥିଲେ । ଅଧିକ ପଢ଼ନ୍ତୁ

assistant professor suspended
ସମ୍ବଲପୁର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକ ନିଲମ୍ବିତ

By ETV Bharat Odisha Team

Published : Sep 8, 2023, 7:14 PM IST

ସମ୍ବଲପୁର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକ ନିଲମ୍ବିତ

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । ଛାତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ଼କ୍ଟର ଶୁକମୁନି ମେହେରଙ୍କୁ ନିଲମ୍ବନ କରିଛନ୍ତି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ l କିଛି ଦିନ ପୂର୍ବରୁ ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ସହକାରୀ ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ସହକାରୀ ପ୍ରଫେସର ରଜତ କୁଜୁର ନିଲମ୍ବିତ ହୋଇଥିଲେ । ଏଥର ପିଜି ପ୍ରଥମ ବର୍ଷର ଓଡ଼ିଆ ବିଭାଗର ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ପ୍ରଫେସର ଡ଼କ୍ଟର ଶୁକମୁନି ମେହେର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାର ନୃପରାଜ ସାହୁ ସୂଚନା ଦେଇଛନ୍ତି l

ସେ କହିଛନ୍ତି, "ଗୁରୁବାର ପୀଡ଼ିତା ଛାତ୍ରୀ ଲିଖିତ ଭାବେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ଆଗକୁ ଏହି ମାମଲାକୁ ବିଶ୍ୱ ବିଦ୍ୟାଳୟର ଇଣ୍ଟରନାଲ କମ୍ପ୍ଲେନ୍‌ କମିଟିକୁ ହସ୍ତାନ୍ତର କରାଯିବ l" କିଛି ଦିନ ପୂର୍ବରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆଉ ଜଣେ ପୁରୁଷ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ଏହା ବି ପଢନ୍ତୁ...ବିବାଦ ଭିତରେ ନାକ ଟିମ ପରିଦର୍ଶନ ପାଇଁ କେତେ ପ୍ରସ୍ତୁତ ସମ୍ବଲପୁର ବିଶ୍ବବିଦ୍ୟାଳୟ
ତେବେ ବିଶ୍ୱ ବିଦ୍ୟାଳୟର 9 ଜଣ ସଦସ୍ୟ ବିଶିଷ୍ଟ ଇଣ୍ଟରନାଲ କମ୍ପ୍ଲେନ୍‌ କମିଟି ଏହି ଅଭିଯୋଗକୁ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲେ । ଯେଉଁଥିରେ ଅଭିଯୁକ୍ତ ପ୍ରଫେସରଙ୍କ ବିରୁଦ୍ଧରେ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା l ସୂଚନାମୁତାବକ, ପୂର୍ବରୁ ଅଧ୍ୟାପକଙ୍କ ଦ୍ୱାରା ଛାତ୍ରୀଙ୍କୁ ନିର୍ଯାତନାରୁ ଆରମ୍ଭ କରି ଛାତ୍ର ଅଶାନ୍ତିକୁ ନେଇ ବିବାଦରେ ରହିଆସିଛି ଏହି ବିଶ୍ବ ବିଦ୍ୟାଳୟ। ଖାଲି ସେତିକି ନୁହେଁ, ପ୍ରଶ୍ନପତ୍ର ଲିକକୁ ନେଇ ମଧ୍ୟ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନ ବିଶ୍ୱ ବିଦ୍ୟାଳୟ ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ନିର୍ଯାତନା ଦେଇଥିବା ଅଭିଯୋଗରେ ନିଲମ୍ବନ ହୋଇଥିବା ଜଣାପଡିଛି ।

ଆଗକୁ ସେପ୍ଟେମ୍ବର 27,28 ଓ 29ତାରିଖରେ NAAC ଟିମ୍‌ ଏହି ବିଶ୍ବବିଦ୍ୟାଳୟକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛି l ତେବେ ବିଶ୍ବବିଦ୍ୟାଳୟରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଦେଖିବାକୁ ମିଳୁଥିବାବେଳେ ବର୍ତ୍ତମାନ A ଗ୍ରେଡ୍‌ରେ ଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଏଥର A ପ୍ଲସ୍‌ ପାଉଛି ନାଁ ଏହାରର ଗ୍ରେଡ୍‌ ଖସୁଛି ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details