ସମ୍ବଲପୁର: ଜମିବାଡି ବିବାଦକୁ କେନ୍ଦ୍ର କରି କକା ପୁତୁରା ମଧ୍ୟରେ ଗଣ୍ଡଗୋଳ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଅଘଟଣ । କକା ପୁତୁରା ପରସ୍ପରର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଥାନା ଅନ୍ତର୍ଗତ ପୁଡ଼ାବଣ୍ଡା ଗ୍ରାମରେ ଦିନ ପ୍ରାୟ 11 ସମୟରେ ମୁରଲୀଧର ବେହେରା ଏକ ବିବାଦୀୟ ଜମିରେ ବାଡ଼ ଦେଉଥିଲେ । ଏହି ସମୟରେ ତାଙ୍କ ପୁତୁରା ବିକାଶ ଚନ୍ଦ୍ର ବେହେରା ଆସି ତାଙ୍କ ସହି ଯୁକ୍ତିତର୍କ କରିଥିଲେ । ଏହାପରେ ଉଭୟ କକା ପୁତୁରା ମଧ୍ୟରେ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା । ଏଥିରେ ଉଭୟ ପରସ୍ପରର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।