ଓଡିଶା

odisha

ପର୍ଯ୍ୟଟନର ଗେଟ-ଓ୍ବେ ହେବ ସମ୍ବଲପୁର, ହୀରାକୁଦ ପାଇଁ ୧୩୦ କୋଟି ବ୍ୟୟରେ ମାଷ୍ଟର ପ୍ଲାନ

By

Published : Jul 28, 2021, 8:34 PM IST

Updated : Jul 28, 2021, 9:32 PM IST

ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ହୀରାକୁଦ ଜଳ ଭଣ୍ଡାରରେ କ୍ରୁଜ ବୋଟ ଓ ଭାସ୍ୟମାନ ରେସ୍ତାେରାଁ ସେବା ଆରମ୍ଭ ହେବା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ....

ପର୍ଯ୍ୟଟନର ଗେଟ-ଓ୍ବେ ହେବ ସମ୍ବଲପୁର , ହୀରାକୁଦରେ ଆରମ୍ଭ ହେବ କ୍ରୁଜ ବୋଟ ଓ ଭାସ୍ୟମାନ ରେସ୍ତୋରାଁ ବ୍ୟବସ୍ଥା
ପର୍ଯ୍ୟଟନର ଗେଟ-ଓ୍ବେ ହେବ ସମ୍ବଲପୁର , ହୀରାକୁଦରେ ଆରମ୍ଭ ହେବ କ୍ରୁଜ ବୋଟ ଓ ଭାସ୍ୟମାନ ରେସ୍ତୋରାଁ ବ୍ୟବସ୍ଥା

ସମ୍ବଲପୁର: ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଗେଟ-ଓ୍ବେ ଭାବେ ବିକଶିତ କରାଯିବ । ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶିରେ କ୍ରୁଜ ବୋଟରେ ମଜା ନେଇ ପାରିବେ ପର୍ଯ୍ୟଟକ । ଏଥିପାଇଁ ଡିସେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ଏଠାକୁ 2 ଟି ଲକ୍ଜୁରୀ ବୋଟ ଆସିବ। ଏହା ସହ ହୀରାକୁଦ ଜଳ ରାଶିରେ ଭସ୍ୟମାନ ରେସ୍ତୋରାଁ ଓ ବୋଟିଂ କ୍ଲବର ବ୍ୟବସ୍ଥା ମଧ୍ୟ କରାଯିବ । ଏହାଦ୍ବାରା ସମ୍ବଲପୁରକୁ ପର୍ଯ୍ୟଟକମାନେ ଆକର୍ଷିତ ହେବେ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ସମ୍ବଲପୁର ଗସ୍ତ ସମୟରେ ଏହା କହିଛନ୍ତି ଅସିତ ।

ପର୍ଯ୍ୟଟନର ଗେଟ-ଓ୍ବେ ହେବ ସମ୍ବଲପୁର , ହୀରାକୁଦରେ ଆରମ୍ଭ ହେବ କ୍ରୁଜ ବୋଟ ଓ ଭାସ୍ୟମାନ ରେସ୍ତୋରାଁ ବ୍ୟବସ୍ଥା

ଅସିତ ଆଜି ହୀରାକୁଦ ସ୍ଥିତ ବୋଟିଂ କ୍ଲବ, ଦେବ୍ରିଗଡ ଅଭୟାରଣ୍ୟ, ବାଦୁଡ଼ି ଦ୍ଵୀପ (bat island) ଆଦି ସ୍ଥାନ ପରିଦର୍ଶନ କରିଛନ୍ତି । ସେହିଭଳି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ନିର୍ମାଣାଧୀନ ପ୍ରେକ୍ଷାଳୟ ଏବଂ ରାଣୀ ବଖରୀ ଓ ଭିକ୍ଟୋରିଆ ମେମୋରିଆଲ ହଲର କ୍ଷେତ୍ର ପରିଦର୍ଶନ କରିଛନ୍ତି ଅସିତ । ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ ମଧ୍ୟ ଅସିତ କରିଛନ୍ତି । ହୋଟେଲ୍ ମାଲିକ ଏବଂ ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ଟୁର୍ ଅପରେଟର ଓ କମ୍ପାନୀ ମାନଙ୍କ ସହ ଜିଲ୍ଲାର ପର୍ଯ୍ୟଟନର ବିକାଶ ସମ୍ପର୍କରେ ସେ ଆଲୋଚନା କରିଛନ୍ତି ।

ହୀରାକୁଦ ଜଳଭଣ୍ଡାରରେ ପରିଭ୍ରମଣ କରି ସ୍ଥିତି ପରଖୁଛନ୍ତି WODC ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ନୌକା ବିହାର, କ୍ରୁଜ ବୋଟ ବ୍ୟବସ୍ଥା କରାଯିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ 3 ଟି ବୋଟ୍ ନେଇ ଏହା ଆରମ୍ଭ କରାଯିବ । ପର୍ଯ୍ୟଟନ ବିଭାଗ ଦ୍ଵାରା ବୋଟିଂ କ୍ଲବ ପ୍ରତିଷ୍ଠା କରାଯିବ । ସେହିପରି ଚଳିତ ଡିସେମ୍ବର ଶେଷ ସୁଦ୍ଧା ବିଳାସପୂର୍ଣ୍ଣ ବୋଟ୍ ଓ ଭାସମାନ ରେସ୍ତାେରାଁ କାର୍ଯ୍ୟକାରୀ ହେବ । ଜବାହର ମିନାର୍ ନିକଟସ୍ଥ ଅଞ୍ଚଳରେ ରିସର୍ଟ କରାଯିବାକୁ ମଧ୍ୟ ଯୋଜନା ରହିଥିବା ଅସିତ ସୂଚନା ଦେଇଛନ୍ତି ।

ସେହିପରି ହୀରାକୁଦ ଜଳଭଣ୍ଡାର ନିକଟରେ ଉପଯୁକ୍ତ ସ୍ଥାନ ନିରୂପଣ କରି ହୋଟେଲ୍ କମ୍ପାନୀମାନଙ୍କୁ ସାମିଲ କରି ହୋଟେଲ୍ ଶିଳ୍ପର ବିକାଶ ନିମନ୍ତେ ଯୋଜନା ସହ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ । ଲେଜର ସୋ, ଆକ୍ୟୁଏରମ, ସଫାରୀ, ୱାଟର ଫ୍ଲା ପାର୍କ, ଯୋଗ ବଗିଚା ଆଦିର ବ୍ୟବସ୍ଥା କରାଯିବାର ମଧ୍ୟ ଯୋଜନା ରହିଛି ।

ସେହିପରି ସମଲେଇ ଯୋଜନାରେ ହେରିଟେଜ କରିଡର ହେବ । ତୀର୍ଥଯାତ୍ରୀଙ୍କ ପାଇଁ ରହଣୀସ୍ଥଳୀ, ଶୌଚାଳୟ ବ୍ୟବସ୍ଥା, ମହାନଦୀରେ ଆଳତୀ ବ୍ୟବସ୍ଥା, ରିଂ ରୋଡର ବିକାଶ ଆଦି ସମ୍ପର୍କରେ ଅସିତ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ୍, ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ତଥା ଅନ୍ଯ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 28, 2021, 9:32 PM IST

ABOUT THE AUTHOR

...view details