ସମ୍ବଲପୁର: ଦୁଇଦିନ ପରେ ଚେତିଲା ପ୍ରଶାସନ । ଶାସନ ସ୍ଥିତ ଘରୋଇ କଲେଜ ଛାତ୍ର ନିର୍ଯ୍ୟାତନା ଘଟଣାର 3 ଜଣ ନାବାଳକ ଅଭିଯୁକ୍ତଙ୍କୁ ଗୁରୁବାର ଜିଲ୍ଲା ଜୁଭେନାଇଲ କୋର୍ଟରେ ପୋଲିସ ହାଜର କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।
ତିନି ଛାତ୍ରଙ୍କୁ କୋର୍ଟରେ ହାଜର କରିଥିବା ବେଳ ଫେରାର ଥିବା ଛାତ୍ର ତାକୁ ସମନ ଜାରି କରାଯାଇଛି । ଗତ ଶନିବାର ରାତିରେ ଶାସନ ସ୍ଥିତ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା । ଛାତ୍ରଙ୍କର 4ଜଣ ସହପାଠୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେଵେ ନିର୍ଯ୍ୟାତିତ ଛାତ୍ରଙ୍କ ପରିବାର ଲୋକ ଏ ଘଟଣା ସମ୍ପକରେ ଜାଣିବା ପରେ ଶାସନ ଥାନାରେ ଅଭିଯୋଗ କରିଥିଲେ । ପରେ ପରିବାର ଲୋକେ ପୀଡିତ ଛାତ୍ରଙ୍କ ସହ ସମ୍ବଲପୁର ଏସପିଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥଲେ ।