ଓଡିଶା

odisha

ETV Bharat / state

ଶାସନ କଲେଜ ରାଗିଂ ଘଟଣା; କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ସମ୍ବଲପୁର ଏସ୍‌ପି - ଯୁକ୍ତଦୁଇ ଛାତ୍ରଙ୍କୁ ମାଡ଼ମରା ଘଟଣା

ଶାସନରେ ଛାତ୍ରଙ୍କୁ ହୋଇଥିବା ରାଗିଂ ଓ ମାଡ଼ମରା ଘଟଣାକୁ ଗୁରୁତର ସହ ନେଇଛି ସମ୍ବଲପୁର ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି କନୱର ବିଶାଳ ସିଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 17, 2019, 7:35 PM IST

ସମ୍ବଲପୁର: ଶାସନ ସ୍ଥିତ ଘରୋଇ କଲେଜ ରାଗିଂ ତଥା ଯୁକ୍ତଦୁଇ ଛାତ୍ରଙ୍କୁ ମାଡ଼ମରା ଘଟଣା ନେଇ ସମ୍ବଲପୁର ଏସପି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାକୁ ଅତି ଗୁରୁତର ସହ ନିଆଯାଇଥିବା କହିଛନ୍ତି ଏସପି । ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି କନୱର ବିଶାଲ ସିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ଏହି ଘଟଣାର ପ୍ରତ୍ୟେକ ଦିଗର ତର୍ଜମା କରାଯାଉଛି, ପ୍ରାଥମିକ ତଦନ୍ତରୁ କୌଣସି ସ୍ପଷ୍ଟ କାରଣ ଜଣା ପଡୁନଥିଲେ ମଧ୍ୟ ପ୍ରତ୍ୟେକ ଦିଗକୁ ଫୁଙ୍ଖାନୁଫୁଙ୍ଖ ଭାବେ ଦେଖା ଯାଉଛି । ଅନ୍ୟପଟେ ଏହି ଘଟଣାରେ ଯଦି କୌଣସି କଲେଜ କର୍ତ୍ତୃପକ୍ଷ ବା କର୍ମଚାରୀଙ୍କ ସମ୍ପୃକ୍ତି ଥିବ ତାହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ପୀଡିତ ଛାତ୍ରଙ୍କ ପରିବାର ଏସପିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details