ଓଡିଶା

odisha

By

Published : Dec 28, 2021, 10:24 PM IST

ETV Bharat / state

ନୂଆବର୍ଷରେ ହେବ କଡାକଡି କଟକଣା, ଅମାନିଆକୁ ଚେତାବନୀ ଦେଲେ ସମ୍ବଲପୁର SP

ନୂଆବର୍ଷରେ କୋଭିଡ କଟକଣା ଉପରେ ବିଶେଷ ଦୃଷ୍ଟି ଦିଆଯିବ କହିଲେ ସମ୍ବଲପୁର SP । ଆଇନ ଶୃଙ୍ଖଳା ବଙ୍ଗ କଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ । ଅଧିକ ପଢନ୍ତୁ

ନୂଆବର୍ଷରେ ହେବ କଡାକଡି କଟକଣା, ଅମାନିଆକୁ ଚେତାବନୀ ଦେଲେ ସମ୍ବଲପୁର SP
ନୂଆବର୍ଷରେ ହେବ କଡାକଡି କଟକଣା, ଅମାନିଆକୁ ଚେତାବନୀ ଦେଲେ ସମ୍ବଲପୁର SP

ସମ୍ବଲପୁର: ଆଗକୁ ବିଦାୟ ନେବାକୁ ଯାଉଛି ବର୍ଷ 2021 । ଏହି ଅବସରରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିଛି । କିନ୍ତୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ଉପରେ କଡା କଟକଣା ଲଗାଯାଇଛି । ତେଣୁ ସମ୍ବଲପୁରରେ କିପରି SRC ଙ୍କ ଗାଇଡ଼ଲାଇନ ଅନୁସରଣ କରାଯିବ ସେଥିପ୍ରତି କଡା ନଜର ରଖାଯାଇଥିବା କହିଛନ୍ତି SP ।

ନୂଆବର୍ଷରେ ହେବ କଡାକଡି କଟକଣା, ଅମାନିଆକୁ ଚେତାବନୀ ଦେଲେ ସମ୍ବଲପୁର SP

ଏଥିସହ ଏଥର ମଧ୍ୟ ଘରେ ରହି ନୂଆବର୍ଷ ମନାଇବାକୁ ଅପିଲ କରିଛନ୍ତି । SP କହିଛନ୍ତି ଯେ, ସମ୍ବଲପୁରରେ ଜିରୋ ନାଇଟ ଓ ନବବର୍ଷ ସେଲିବ୍ରେସନ ଉପରେ ରହିବ ପୋଲିସର କଡା ନଜର । SRC ଙ୍କ ଗାଇଡ଼ଲାଇନ ଅନୁସାରେ ସମ୍ବଲପୁର ସହରର ହୋଟେଲ, ରେସ୍ତୋଁରା ଓ ଅନ୍ୟ ମଣ୍ଡପ ଉପରେ ସମ୍ବଲପୁର ପୋଲିସ କଡା ନଜର ରଖିବ । ଏହା ସହ 50 ଜଣ ମଧ୍ୟରେ, ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର କରି ନୂଆବର୍ଷ ମନାଇବକୁ SP ଅପିଲ କରିଛନ୍ତି ।

ଏହା ସହ ଜିରୋ ନାଇଟ ଓ ନୂଆବର୍ଷ ଦିନ ପୋଲିସ ପେଟ୍ରୋଲିଂକୁ କଡା କଡ଼ି କରାଯିବ ଓ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି SP ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details