ସମ୍ବଲପୁର: ରାଜ୍ୟରେ ବିକାଶ କରୁଥିବା ନେଇ ସରକାର ଡ଼ିଣ୍ଡିମ ପିଟୁଛନ୍ତି । ଗମନାଗମନ ପାଇଁ ରାସ୍ତା ହେଉ କି ପୋଲ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ପ୍ରଶାସନର ଅବହାଳା ଓ ମନମ୍ମୁଖୀ ପାଇଁ ନାହିଁ ନିଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅଞ୍ଚଳରେ ଭରା ନଦୀରେ ବିପଦଜନକ ଭାବରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସେପଟେ ସ୍ଥାନୀୟ ପ୍ରଶାସନକୁ ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ପୋଲ କରିବା ପାଇଁ ପ୍ରତିଶୃତି ମିଳିଛି । ହେଲେ ପ୍ରଶାସନର ପ୍ରତିଶୃତି, ପ୍ରତିଶୃତିରେ ହିଁ ରହିଯାଇଛି ।
ବିକାଶର ଅସଲ ଚିତ୍ର: ସାଲେଭଟା ପଞ୍ଚାୟତରେ ନାହିଁ ବ୍ରିଜ, ଯାତାୟତ ପାଇଁ ଭରାନଈ ସାହାଭରସା - ସାଲେଭଟା ପଞ୍ଚାୟତ ନଦୀ ପୋଲ ପାଇଁ ଦାବି
ରାଜ୍ୟରେ ବିକାଶ କରୁଥିବା ନେଇ ସରକାର ଡ଼ିଣ୍ଡିମ ପିଟୁଛନ୍ତି । ଗମନାଗମନ ପାଇଁ ରାସ୍ତା ହେଉ କି ପୋଲ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ପ୍ରଶାସନର ଅବହେଳା ଓ ମନମ୍ମୁଖୀ ପାଇଁ ନାହିଁ ନିଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ଅଧିକ ପଢ଼ନ୍ତୁ
Published : Oct 13, 2023, 9:02 PM IST
ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ 150 କିଲୋମିଟର ଦୂରରେ ରହିଛି ନାକଟିଦେଉଳ ବ୍ଲକର ସାଲେଭଟା ପଞ୍ଚାୟତ । ନାକଟିଦେଉଳ ବ୍ଲକ ମୁଖ୍ୟାଳୟ ହେଉ କି ବାଟଗାଁ ଆସିବାକୁ ହେଲେ ଟିକିରା ନଦୀ ପାର ହୋଇ ଆସିବାକୁ ପଡ଼େ। ପଞ୍ଚାୟତର କଣ୍ଢଳ, ବାବୁତଇଲା, ଧଉଁରାଭଟ, ବସାଲୋଇ, କୁନ୍ଦେଇଜୁରୀ, ରୋହଣୀ ଗାଡିଆ ଭଳି ପ୍ରାୟ 7ରୁ ଅଧିକ ଗ୍ରାମବାସୀଙ୍କ ସାହାରା ପାଲଟିଛି ଏହି ନଦୀ । ସବୁ ଠାରୁ ବଡ଼ କଥା ହେଲା ବର୍ଷର 10 ମାସ ଏହି ନଦୀ ପୂର୍ଣ୍ଣଗର୍ଭା ହୋଇ ବୋହୁଥାଏ । ଫଳରେ ରୋଗୀ ହୁଅନ୍ତୁ କି ଛାତ୍ରଛାତ୍ରୀ ସମସ୍ତେ ଜୀବନକୁ ବିପଦରେ ପକାଇ ନଦୀ ପାର ହୁଅନ୍ତି । ସ୍ବାସ୍ଥ୍ୟସେବା ଠାରୁ ବ୍ୟାଙ୍କ ସେବା ସମସ୍ତ କାମ ପାଇଁ ପଞ୍ଚାୟତବାସୀଙ୍କୁ ଏହି ନଦୀ ପାର ହେବାକୁ ପଡ଼େ । ସାଲେଭଟା ପଞ୍ଚାୟତ କଣ୍ଢଳ ଗାଁରୁ ଏହି ନଦୀ ପାର ହୋଇ ରାଞ୍ଚି-ବିଜୟୱାଡା ରାସ୍ତା ବା ମୁଖ୍ୟ ରାସ୍ତାକୁ ଗଲେ ଦୂରତା ମାତ୍ରା 2 କିଲୋମିଟର ପଡିଥାଏ । ଅନ୍ୟ ରାସ୍ତା ଦେଇ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ପାଖାପାଖି 25 କିଲୋମିଟର ଦୂର ରାସ୍ତା ଦେଇ ଯିବାକୁ ପଡ଼େ ।
ଏହା ମଧ୍ୟ ପଢ଼ନ୍ତୁ...ବିପଦ ସଙ୍କୁଳ ଅବସ୍ଥାରେ ମହେନ୍ଦ୍ରତନୟା ନଦୀପୋଲ ....
ସେପଟେ ସ୍ଥାନୀୟ ଅଞ୍ଚଳରେ ହଠାତ୍ କାହାର ଦେହ ଖରାପ ହେଲେ ନଦୀରେ ପଶି ଲୋକେ ତାଙ୍କୁ ହସ୍ପିଟାଲକୁ ନିଅନ୍ତି l ଯାହାକୁ ନେଇ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଦେଉଥିବା ବେଳେ ନଦୀରେ ବ୍ରିଜଟିଏ ପାଇଁ ଦାବି କରି ଆସୁଛନ୍ତି । ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ବର୍ଷ ବର୍ଷ ଧରି ସମସ୍ୟା ଜଣାଇ ଆସୁଥିଲେ ମଧ୍ୟ କୌଣସି ଫଳ ମିଳୁନଥିବା ଲୋକେ କହିଛନ୍ତି । ତେବେ ଏନେଇ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀଙ୍କୁ ଏନେଇ ପଚରା ଯିବାରୁ ସେ ପ୍ରଶ୍ନକୁ ଏଡେଇ ଦେଇଛନ୍ତି l କେବେ ଜିଲ୍ଲା ପ୍ରଶାସନ ସାଲେଭଟା ପଞ୍ଚାୟତବାସୀଙ୍କ ଦୁଃଖ ଶୁଣୁଛନ୍ତି ଏବେ ତାହା ଉପରେ ନଜର ।
ଇଟିଭି ଭାରତ, ସମ୍ବଲପୁର