ଓଡିଶା

odisha

ETV Bharat / state

ପ୍ଲାଷ୍ଟିକ ଫ୍ରି ହେଲା ସମ୍ବଲପୁର ରେଳ ଷ୍ଟେସନ - ସମ୍ବଲପୁର ଡିଆରଏମ ଜୟଦୀପ ଗୁପ୍ତା

ପ୍ଲାଷ୍ଟିକ ଫ୍ରି ହେଲା ସମ୍ବଲପୁରରର କ୍ଷେତରାଜପୁର ରେଳ ଷ୍ଟେସନ। ବୁଧବାର ଠାରୁ ସମ୍ବଲପୁର ରେଳ ଷ୍ଟେସନରେ ଥରେ ମାତ୍ର ବ୍ୟବହୃତ ପ୍ଲାଷ୍ଟିକ ଉପରେ ରୋକ ଲଗାଯାଇଛି।  ସମ୍ବଲପୁର ଷ୍ଟେସନରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବଲପୁର ଡିଆରଏମ ଜୟଦୀପ ଗୁପ୍ତା  ଏହି ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Aug 28, 2019, 4:30 PM IST

ସମ୍ବଲପୁର: ପ୍ଲାଷ୍ଟିକ ଫ୍ରି ହେଲା ସମ୍ବଲପୁରରର କ୍ଷେତରାଜପୁର ରେଳ ଷ୍ଟେସନ। ବୁଧବାର ଠାରୁ ସମ୍ବଲପୁର ରେଳ ଷ୍ଟେସନରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯାଇଛି । ବୁଧବାର ସମ୍ବଲପୁର ଷ୍ଟେସନରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବଲପୁର ଡିଆରଏମ ଜୟଦୀପ ଗୁପ୍ତା ଏହି ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ବୁଧବାର ଠାରୁ ସମ୍ବଲପୁର ରେଳ ଷ୍ଟେସନରେ ସିଙ୍ଗିଲ ୟୁଜ (ଥରେ ମାତ୍ର ବ୍ୟବହୃତ) ପ୍ଲାଷ୍ଟିକ ଉପରେ ରୋକ ଲଗାଯାଇଛି। ତେବେ ଏନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଲୋକଙ୍କୁ ଏହାର ବ୍ୟବହାର କ୍ଷତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି। ଏଥିସହ ସମ୍ବଲପୁର ରେଳ ଷ୍ଟେସନରେ ଥିବା ସମସ୍ତ ଭେଣ୍ଡର ଓ ଯାତ୍ରୀ ମାନଙ୍କୁ ମଧ୍ୟ ସଚେତନତା ପୂର୍ବକ ଏକ ବ୍ୟାଚ ପିନ୍ଧାଯାଇଛି।

ଏହାଛଡା ଷ୍ଟେସନରେ ଏକ ୟୁରୋ ପେକ ବୋଟଲ କ୍ରସର ୟୁନିଟ ମେସିନର ମଧ୍ୟ ଶୁଭାରମ୍ଭ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଡିଆରଏମଙ୍କ ସହ ରେଳବାଇର ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details