ସମ୍ବଲପୁର: ସହର ଫାଟକ-ସମ୍ବଲପୁର ରୋଡ଼ ରେଳ ଷ୍ଟେସନକୁ ବର୍ତ୍ତମାନ ରେଳବାଇ ଉଚ୍ଛେଦ କରିସାରିଛି । ଏକାଡୋପଡା ରେଳବାଇ ବିସ୍ଥାପିତଙ୍କ ସମସ୍ୟା ଥମିବାର ନାଁ ନେଉନି । ଫଳରେ ଏହି ବସତିରେ ଦୀର୍ଘ ବର୍ଷ ହେବ ରହିଆସୁଥିବା 60ରୁ ଊର୍ଦ୍ଧ୍ବ ପରିବାରର ସଦସ୍ୟ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।
ଥଇଥାନ ପାଇଁ ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହେଲେ ରେଳବାଇ ବିସ୍ଥାପିତ ଖଟିଖିଆ ମଜୁରିଆ ବର୍ଗର ଲୋକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଘରଡ଼ିହ ଜମି ପାଇଁ ପୂର୍ବରୁ ଦାବି କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଥଇଥାନର ବ୍ୟବସ୍ଥା କରିନାହିଁ । ଫଳରେ ବର୍ତ୍ତମାନ ଆଗକୁ ଶୀତ ଦିନ ଆସୁଥିବା ବେଳେ ଏହି ଛୋଟ ଛୋଟ ପିଲାଙ୍କ ସହ ଏହି ଗରିବ ପରିବାରମାନେ କେଉଁଠି ମୁଣ୍ଡ ଗୁଞ୍ଜିବେ ସେନେଇ ଚିନ୍ତାରେ ପଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଖୋଲିଲାନି ମନ୍ଦିରର ଦ୍ୱାର, ଦର୍ଶନ ପାଇଁ ଅଧଘଣ୍ଟା ଅପେକ୍ଷା କଲେ ଉପରାଷ୍ଟ୍ରପତି
କ୍ରମରେ ରେଳଲାଇନ ଦୋହରିକରଣ ଓ ଉନ୍ନତିକରଣ ପାଇଁ ନିକଟରେ ଥିବା ସିଧେଶ୍ୱରବେରନା ଏକଡୋପଡାରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ଗତ ବର୍ଷରୁ ରେଳବାଇ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ୍ ଜାରି କରାଯାଇଛି । ତେବେ ଏହି ବସ୍ତି ବାସିନ୍ଦାମାନେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସହର ଯେକୌଣସି ସ୍ଥାନରେ ଘରଡ଼ିହ ଜମି ପ୍ରଦାନ କରାଯାଇ ଥଇଥାନ କରାଯାଉ ବୋଲି ଜିଲ୍ଲା ପ୍ରଶାସନ ଆଗରେ ଦାବି ହୋଇ ଆସୁଛି । ତେବେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଇନଥିବା ବେଳେ ଯେକୌଣସି ସମୟରେ ଏମାନଙ୍କ ମୁଣ୍ଡ ଉପରୁ ଚାଳ ଛପର ଉଡିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ମୁଖ୍ୟତଃ ଆଗକୁ ଶୀତ ଦିନ ଆସୁଥିବାବେଳେ ଏମାନେ ଛୋଟ ଛୋଟ ପିଲାଙ୍କୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବେ ସେନେଇ ଚିନ୍ତାରେ ପଡିଛନ୍ତି ।
ଅନ୍ୟପଟେ ଏହି ଲୋକଙ୍କୁ କୌଣସି ସ୍ଥାନରେ ଘରଭଡା ମଧ୍ୟ ମିଳୁନାହିଁ । ଏଭଳି ପରିସ୍ଥିତିରେ ଏହି ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହାୟତା ବା ଥଇଥାନ ପାଇଁ ପଦକ୍ଷେପ ନିଆ ନଗଲେ ଆଗକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ବସ୍ତି ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର