ଓଡିଶା

odisha

ETV Bharat / state

Zero Casualty week: ନାବାଳକ ଗାଡି ଚଳେଇଲେ ରଦ୍ଦ ହେବ ବାପାଙ୍କ ଲାଇସେନ୍ସ

ଆସନ୍ତା ଏପ୍ରିଲ ୧ତାରିଖରୁ ୭ତାରିଖ ମଧ୍ୟରେ ଦୁର୍ଘଟଣା ରୋକିବାକୁ ପ୍ରୟାସ । ଏହି ୭ଦିନ ମଧ୍ୟରେ ଜଣଙ୍କର ମୃତ୍ୟୁ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବ ସମ୍ବଲପୁର ପୋଲିସ । ଅଧିକ ପଢନ୍ତୁ

Zero Casuality week
Zero Casuality week

By

Published : Mar 30, 2023, 10:11 PM IST

ଜିରୋ କାଜୁଆଲିଟି ସପ୍ତାହ: ନାବାଳକ ଗାଡି ଚଳେଇଲେ ରଦ୍ଦ ହେବ ବାପାଙ୍କ ଲାଇସେନ୍ସ

ସମ୍ବଲପୁର: ଆସନ୍ତା ଏପ୍ରିଲ ପହିଲାରୁ ୭ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ କରାଯିବ ଜିରୋ କାଜୁଆଲିଟି ସପ୍ତାହ । ସଡ଼କ ଦୁର୍ଘଟଣାରେ ଯେପରି ଏହି ସାତ ଦିନ ମଧ୍ୟରେ ଜଣଙ୍କର ମୃତ୍ୟୁ ନହୁଏ, ସେ ପ୍ରସଙ୍ଗରେ ସମସ୍ତ ଜିଲ୍ଲାପାଳ, SP, RTOଙ୍କୁ ପତ୍ର ଜାରି କରିଛି ରାଜ୍ୟ ସଡ଼କ ପରିବହନ ବିଭାଗ । ଟ୍ରାଫିକ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲା ପୋଲିସ ସୂଚନା ଦେଇଛି ।

ଏପ୍ରିଲ ୧ରୁ ୭ତାରିଖ ମଧ୍ୟରେ ଯେପରି ଜଣଙ୍କର ପ୍ରାଣହାନି ନଘଟେ ସେଥିପ୍ରତି ସମସ୍ତ ବ୍ଲୁ ପ୍ରିଣ୍ଟ ଉପରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଟ୍ରାଫିକ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏହାସହ ବାଇକ ପଛ ପଟେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଛି ଜିଲ୍ଲା ପୋଲିସ ।

ଏହା ବି ପଢନ୍ତୁ- ପ୍ରଶସ୍ତ ହେବ ସମ୍ବଲପୁର ସହରର ସମସ୍ତ ରାସ୍ତା, ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ

ସମସ୍ତ ଜାତୀୟ ରାଜପଥ, ରାଜ୍ୟ ରାଜପଥରେ ଲାଗିବ କଡା ପହରା । ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ ସ୍ଥାନୀୟ ପୋଲିସ ସହାୟତାରେ ରାଜପଥ ଦୁର୍ଘଟଣା ରୋକିବା ସହ ଦୁର୍ଘଟଣାରେ ଆହତ ହୋଇ ବ୍ୟକ୍ତିଙ୍କ ଯେପରି ମୃତ୍ୟୁ ନଘଟେ ତାହା ସୁନିଶ୍ଚିତ କରିବ । ସହରାଞ୍ଚଳର ସବୁ ପ୍ରମୁଖ ଛକରେ ଟ୍ରାଫିକ ପୋଲିସ ମୁତୟନ ରହିବେ । ଦ୍ରୁତ ଗତି, ବିନା ହେଲମେଟ, ବିନା ସିଟ ବେଲ୍ଟ, ନିଶା ସେବନ କରି ଗାଡ଼ି ଚଲାଉଥିବା ଚାଳକଙ୍କୁ ଫାଇନ ସହ ଗିରଫ ମଧ୍ୟ କରାଯିବ । ଏହା ସହ ଟ୍ରିପଲ ରାଇଡିଂ କଲେ ହେବ କାର୍ଯ୍ୟାନୁଷ୍ଠାନ । ରାତ୍ରି ସମୟରେ ମଧ୍ୟ ବ୍ୟାପକ ଚେକିଂ କରାଯିବ ।

ଏହା ସହ ନାବାଳକ କିମ୍ବା ନାବାଳିକା ଡ୍ରାଇଭିଙ୍ଗ କଲେ ଲାଗିବ କଡା ଫାଇନ । ଏହା ସହ ବାପାଙ୍କୁ ଜେଲ ଯିବାକୁ ପଡିପାରେ ଅଥବା ବାପାଙ୍କ ଲାଇସେନ୍ସ ୧ ବର୍ଷ ପାଇଁ ରଦ୍ଦ ହୋଇପାରେ । ଏପରିକି ବାଇକ ଚଳାଉଥିବା ବ୍ୟକ୍ତି ସହ ପଛ ପଟରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଲମେଟ୍‌ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ରାଉଣ୍ଡ ଦି କ୍ଲକ୍‌ରେ ନଜର ରଖାଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି । ଅନ୍ୟପଟେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜାତୀୟ ରାଜପଥରେ ଯେମିତି ରାତ୍ରୀ ସମୟରେ କୌଣସି ବ୍ରେକ୍‌ ଡାଉନ ନରହିବ ସେଥିପ୍ରତି ଦୃଷ୍ଟି ଦେବାକୁ NHAIକୁ ଚିଠି କରାଯାଇଛି ।

ଦ୍ରୁତ ଗତିର ଗାଡିକୁ ଚିହ୍ନଟ କରିବା ପାଇଁ ୨ଟି ଇଣ୍ଟରସେପ୍ଟର ମଧ୍ୟ ନିୟୋଜିତ କରାଯାଉଛି ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିୟମ କାନୁନ ନମାନି ଗାଡି ଚଳାଇଲେ ରାସ୍ତା ମଝିରେ ଭୋଗିବେ ଅସୁବିଧା । ମୋଟା ଅଙ୍କର ଜୋରିମାନା ଦେବେ ଓ ବେପରୁଆ ଗାଡି ଚାଳନା ପାଇଁ ଗିରଫ ବି ହୋଇପାରନ୍ତି । ଡ୍ରାଇଭିଂ ଲାଇସେନ୍ସ ବି ସସ୍‌ପେଣ୍ଡ ହୋଇପାରେ । ଛୋଟ ପିଲା ଏହି ସମୟ ମଧ୍ୟରେ ଗାଡି ଚଳାଉଥିବା ଦେଖାଗଲେ ମୋଟା ଅଙ୍କର ତଣ୍ଡ ଗଣିବେ ଅଭିବାବକ । ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଚେକିଂ ଷ୍ଟାଫ୍‌ ରହିବେ । ଏହାକୁ ରୋକିବା ଦିଗରେ ରାଜ୍ୟ ସଡକ ପରିବହନ ବିଭାଗ ପାଳନ କରିବା ପାଇଁ ଯାଉଥିବା ଜିରୋ କାଜୁଆଲିଟି ସପ୍ତାହ କେତେ ଉପକାରୀ ହେବ, ତାହା ସମୟ ହିଁ କହିବ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details