ଓଡିଶା

odisha

By

Published : Jul 27, 2023, 7:38 PM IST

Updated : Jul 27, 2023, 8:14 PM IST

ETV Bharat / state

ଗିରଫ ହେଲା ସମ୍ବଲପୁରର ନଟୱାରଲାଲ

ସମ୍ବଲପୁରର ନଟୱାରଲାଲ ଠକ ଲୋକନାଥ ମହାନ୍ତିଙ୍କୁ ଗିରଫ କଲା ପୋଲିସ । ଦାଦାବଟି ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ନେଇ ଠକୁଥିଲା । ଅଧିକ ପଢନ୍ତୁ

fraudster Lokanath Mohanty
fraudster Lokanath Mohanty

ଗିରଫ ହେଲା ସମ୍ବଲପୁରର ନଟୱାରଲାଲ

ସମ୍ବଲପୁର: ବୁର୍ଲା ଓ ହୀରାକୁଦ ପୋଲିସ ଦ୍ବାରା ଗିରଫ ହେଲା ସମ୍ବଲପୁରର ନଟୱରଲାଲ । ସମ୍ବଲପୁର ସହର, ବୁର୍ଲା ଓ ହୀରାକୁଦ ଅଞ୍ଚଳରେ ବ୍ଲାକମେଲ ଓ ଠକେଇ କରୁଥିବା ଜଣେ ଠକକୁ ଗିରଫ କରିଛି ହୀରାକୁଦ ପୋଲିସ । ଠକ ଲୋକନାଥ ମହାନ୍ତି ନାଁରେ ବଲାଙ୍ଗୀର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ୭ଟି ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି । ଦାଦାବଟି ଆଦାୟ ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ନେଇ ଠକୁଥିଲା ।

ଗିରଫ ହୋଇଥିବା ଠକ ଜଣକ ହେଲେ ଧନୁପାଲି ଅଞ୍ଚଳର ଲୋକନାଥ ମହାନ୍ତି । ନିଜକୁ ସାମ୍ବାଦିକ, ବଡ଼ନେତା, ଅଭିନେତା, ପ୍ରଶାସନିକ ଅଧିକାରୀଙ୍କ ନିଜ ଲୋକ କହି ଲୋକଙ୍କଠାରୁ ଟଙ୍କା ଉଧାର ନେବା ତଥା ବିଭିନ୍ନ କାମ କରିଦେବା ନାଁରେ ଟଙ୍କା ନେଇ ପରେ ଟଙ୍କା ନଫେରାଇ ଲୋକଙ୍କୁ ବ୍ଲାକ୍‌ମେଲ କରୁଥିବା ତଥା ଧମକ ଚମକ ଦେବା ଅଭିଯୋଗରେ ଲୋକନାଥ ମହାନ୍ତି ଗିରଫ ହୋଇଛି । ସମ୍ବଲପୁର ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଲୋକନାଥ ଜଣେ ବଡ଼ ଠକ । ନିଜକୁ ବଡ଼ ବଡ଼ ପ୍ରଭାବଶାଳୀ ନେତା, ଅଭିନେତା, ପ୍ରଶାସନିକ ଅଧିକାରୀଙ୍କ ଖାସ ଲୋକ କହି ସାମାଜିକ ଗଣମାଧ୍ୟମ ଫେସବୁକ, ଇନଷ୍ଟାଗ୍ରାମରେ ନିଜର ଫଟୋ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଡ଼ି ଛାଡୁଥିଲା ଲୋକନାଥ ।

ଏହା ବି ପଢନ୍ତୁ- ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ

ଏହାଦ୍ବାରା ସହଜରେ ଲୋକଙ୍କୁ ପ୍ରଭାବିତ କରି ଲୋକଙ୍କ ବିଶ୍ବାସ ଜିତୁଥିଲା । ପରେ କାହାର ଚାକିରି କରାଇଦେବା ନାଁରେ କି ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଇଦେବା ନାଁରେ ଟଙ୍କା ଅସୁଲ କରୁଥିଲେ । ପରେ ଉକ୍ତ ବ୍ୟକ୍ତି ନିଜର ଟଙ୍କା ମାଗିଲେ ସେ ତାଙ୍କୁ ଧମକ ଚମକ ଦେଉଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କେତେବେଳେ ସେ ନିଜକୁ ବରିଷ୍ଠ ବ୍ୟାଙ୍କ ଅଧିକାରୀ ତ କେତେବେଳେ ଆୟକର ବିଭାଗର ଅଧିକାରୀ ତଥା ସାମ୍ବାଦିକ କହି ଲୋକଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା । ଏପରିକି ବିଭିନ୍ନ ଢ଼ାବା, ଠିକାଦାର, ମଦ ବେପାରୀଙ୍କଠାରୁ ମାସିକ ଦାଦାବଟି ଅସୁଲ କରୁଥିଲା ବୋଲି ଅଭିଯୋଗ ହେଉଥିଲା ।

ଠକଠାରୁ ୪ଟି ନକଲି ପରିଚୟ ପତ୍ର ଜବତ ହୋଇଥିବା ସୂଚନା ଦିଆଯାଇଛି । ଏଥିରେ ଏକ ଗଣମାଧ୍ୟମର ନକଲି ପରିଚୟ ପତ୍ର ମଧ୍ୟ ରହିଛି । ତେବେ ଗତ ମଙ୍ଗଳବାର ଦିନ ବୁର୍ଲା ଥାନା ଅନ୍ତର୍ଗତ ଏକ ଢାବା ମାଲିକଙ୍କଠାରୁ ଦାଦାବଟି ମାଗିବା ତଥା ହୀରାକୁଦ ହିନ୍ଦାଲକୋ କମ୍ପାନୀର ଠିକାଦାରଙ୍କୁ ଦାଦାବଟି ମାଗିବା ନେଇ ଉଭୟ ବୁର୍ଲା ଓ ହୀରାକୁଦ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା । ଏହାପରେ ଧନୁପାଲି ଅଞ୍ଚଳରୁ ଗିରଫ କରାଯାଇଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଠକ ଲୋକନାଥ ମହାନ୍ତି ନାଁରେ ବଲାଙ୍ଗୀର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ୭ଟି ମାମଲା ରହିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 27, 2023, 8:14 PM IST

ABOUT THE AUTHOR

...view details